ସୁସାହିତ୍ୟିକା ଗୀତା ହୋତାଙ୍କ ପରଲୋକ

ଭୁବନେଶ୍ଵର : ଓଡ଼ିଶାର ଲୋକପ୍ରିୟ ସୁ-ସାହିତ୍ୟିକା ଗୀତା ହୋତାଙ୍କ ପରଲୋକ I ମଙ୍ଗଳବାର ରାତି ୯.୪୦ ସମୟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସାତକଡି ହୋତା, ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସେ ପ୍ରାୟ ଗତ ୬ ମାସ ହେଲା ଅସୁସ୍ଥ ଥିବା ବେଳେ […]

Samaya Live Picture
Published On

ଭୁବନେଶ୍ଵର : ଓଡ଼ିଶାର ଲୋକପ୍ରିୟ ସୁ-ସାହିତ୍ୟିକା ଗୀତା ହୋତାଙ୍କ ପରଲୋକ I ମଙ୍ଗଳବାର ରାତି ୯.୪୦ ସମୟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସାତକଡି ହୋତା, ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

ସେ ପ୍ରାୟ ଗତ ୬ ମାସ ହେଲା ଅସୁସ୍ଥ ଥିବା ବେଳେ ଗତକାଲି ରାତିରେ ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବେଶି ବିଗିଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ଔଷଧ ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ପରଲୋକ ହୋଇଥିଲା। ସାହିତିକା ଗୀତାଙ୍କର ୩ ପୁଅ ଓ ୨ ଝିଅ ଅଛନ୍ତି।

ଆଜି ପୁରୀ‌ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ସେ ଦୀର୍ଘ ୪୨ ବର୍ଷ ଧରି ଲୋକପ୍ରିୟ ପାରିବାରିକ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ।

ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ତାଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସେ କଳିଙ୍ଗ ପୁସ୍ତକ ମେଳା, ଲେଖକ ସାମୁଖ୍ୟ ଓ ରାଜଧାନୀ ପୁସ୍ତକ ମେଳା କମିଟି ସହ ‌ଜଡ଼ିତ ଥିବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଛନ୍ତି। ବିଭିନ୍ନ ସାହିତ୍ୟ ସଭା ଓ ଅନ୍ୟାନ୍ୟ ସଭାସମିତିରେ ନିଜର ବକ୍ତବ୍ୟ ଦେଇ ସାହିତିକା ଗୀତା ଲୋକଙ୍କ ମନକୁ ଛୁଇଁ ଯାଉଥିଲେ।

Tags: