ସୂର୍ଯ୍ୟମନ୍ଦିର ନିକଟରେ ୧୪୪ ଧାରା ଜାରି କଲା ପ୍ରଶାସନ
ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିର ଠାରେ ୧୪୪ ଧାରା ଜାରି କଲା ପ୍ରଶାସନ I ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷକୁ ନେଇ ପ୍ରାୟ ୪୫୦ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି I ସୂଚନାନୁସାରେ,ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାର୍ଶ୍ୱରେ ଥିବା ଉଠାଦୋକାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା I ଏହାକୁ ନେଇ କୋଣାର୍କ ଥାନାରେ ଦୁଇଟି ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ I ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଦୁଇ […]
ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିର ଠାରେ ୧୪୪ ଧାରା ଜାରି କଲା ପ୍ରଶାସନ I ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷକୁ ନେଇ ପ୍ରାୟ ୪୫୦ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି I
ସୂଚନାନୁସାରେ,ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାର୍ଶ୍ୱରେ ଥିବା ଉଠାଦୋକାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା I ଏହାକୁ ନେଇ କୋଣାର୍କ ଥାନାରେ ଦୁଇଟି ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ I ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଦୁଇ ଗୋଷ୍ଠୀ ସହ ଦୁଇଦିନ ଧରି ଆଲୋଚନା କରିଥିଲେ I କୋୖଣସି ସମାଧାନର ବାଟ ବାହାରି ପାରିଲା ନାହିଁ I ଫଳରେ ଉଠା ଦୋକାନୀଙ୍କ ପାଇ ୧୪୪ ଧାରା ଲାଗୁ ହୋଇଛି I ସମାଧାନ ନହେବା ଯାଏ ଦୋକାନ ଖୋଲିପାରିବେନି ବୋଲି କୁହାଯାଇଛି I ଦୁଇ ଗୋଷ୍ଠୀର ପ୍ରାୟ ୪୫୦ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି I




