ଆଜି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ ଟଙ୍କା

ବାରିପଦା : ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ଆଜି ଦିନ ୧୨ଟା ପୂର୍ବରୁ ହିତାଧିକାରୀ ପାଇବେ ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଛଉ ପଡିଆରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଏହି ଟଙ୍କା ପ୍ରେରଣ କରିବେ । ଆଜି ସକାଳ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲିକପ୍ଟର ଯୋଗେ ବାରିପଦା ପୋଲିସ ଲାଇନ ପଡିଆ ପହଞ୍ଚିବେ। ସେଠାରୁ ପ୍ରଥମେ ପୌର […]

Samaya Live Picture
Published On

ବାରିପଦା : ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ଆଜି ଦିନ ୧୨ଟା ପୂର୍ବରୁ ହିତାଧିକାରୀ ପାଇବେ ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଛଉ ପଡିଆରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଏହି ଟଙ୍କା ପ୍ରେରଣ କରିବେ ।

ଆଜି ସକାଳ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲିକପ୍ଟର ଯୋଗେ ବାରିପଦା ପୋଲିସ ଲାଇନ ପଡିଆ ପହଞ୍ଚିବେ। ସେଠାରୁ ପ୍ରଥମେ ପୌର ପରିଷଦ କାର୍ଯ୍ୟାଳୟ ଯାଇ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ଛଉ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ସୁଭଦ୍ରା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଓ ସଚିବ ମଧ୍ୟ ସାମିଲ ରହିବେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି,ସୋମବାର ସନ୍ଧ୍ୟା ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ୧ କୋଟିରୁ ଅଧିକ ମହିଳା ଆବେଦନ କରି ପଞ୍ଜିକୃତ ହୋଇଛନ୍ତି । ମହିଳାମାନେ ଏତେ ସଂଖ୍ୟାରେ ସୁଭଦ୍ରା ଯୋଜନା ପାଇଁ ଆଗ୍ରହ ଦେଖାଇଛନ୍ତି । ଡିଜିଟାଲ ବ୍ୟବସ୍ଥାରେ ବି ଆମ ମହିଳାମାନେ କେତେ ଦକ୍ଷ, ତାହା ସେମାନେ ପ୍ରମାଣିତ କରିଛନ୍ତି ।

Tags: