ରାଜ୍ୟରେ ଚାଲିଛି ୨ୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ଆଜି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ I ୫ଟି ଲୋକସଭା ଆସନ ସହିତ ୩୫ ଟି ବିଧାନସଭା ଆସନ୍ତ ପାଇଁ ସକାଳ ୭ ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ I ସକାଳ ୯ ଟା ୬.୯୯ ପ୍ରତିଶତ ମତଦାନ ହୋଇଛି Iସୁଦ୍ଧା ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି I ୫ ଲୋକସଭା କ୍ଷେତ୍ରରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ I ୫ଟି ଲୋକସଭା ଆସନ ସହିତ ୩୫ ଟି ବିଧାନସଭା ଆସନ୍ତ ପାଇଁ ସକାଳ ୭ ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ I ସକାଳ ୯ ଟା ୬.୯୯ ପ୍ରତିଶତ ମତଦାନ ହୋଇଛି Iସୁଦ୍ଧା ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି I

୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୪ ପୁରୁଷ ଓ ୬ ଜଣ ମହିଳା । ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ଜଣ ପ୍ରାର୍ଥୀ ଭାଗ୍ୟ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୪ ପୁରୁଷ ଓ ୪୧ ମହିଳା ଅଛନ୍ତି। ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

ଏମାନଙ୍କ ମଧ୍ୟରେ ୪୦ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି ।

ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ବଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପ୍ରାୟ ୧୦୨ କମ୍ପାନୀ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ବେଳେ ୬୦ଟି ବୁଥରେ ହେଉଛି ଲାଇଭ ଷ୍ଟ୍ରିମିଂ।

Tags: