ସର୍ଟ ସର୍କିଟ ରୁ ଭୟାବହ ଅଗ୍ନିକାଣ୍ଡ ,୨୫ ବଖରା ଘର ଧ୍ବଂସ

ପିପିଲି : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର । ଜଳିପୋଡ଼ି ଛାରଖାର ହୋଇଗଲା ୮ଟି ପରିବାରର ସମସ୍ତ ଆସବାବପତ୍ର । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଧାନକେରା ପଂଚାୟତର ନୂଆ ଗାଁରେ ଏହି ନିଆଁ ଲାଗିଛି। ଖବର ପାଇ ଡେଲାଙ୍ଗ ଓ କଣାସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି। ଗାଁର ପର୍ଶୁରାମ ଛାଟୋଇଙ୍କ ଘର ଆଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟରୁ ନିଆଁ […]

Samaya Live Picture
Published On

ପିପିଲି : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର । ଜଳିପୋଡ଼ି ଛାରଖାର ହୋଇଗଲା ୮ଟି ପରିବାରର ସମସ୍ତ ଆସବାବପତ୍ର । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଧାନକେରା ପଂଚାୟତର ନୂଆ ଗାଁରେ ଏହି ନିଆଁ ଲାଗିଛି।

ଖବର ପାଇ ଡେଲାଙ୍ଗ ଓ କଣାସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି। ଗାଁର ପର୍ଶୁରାମ ଛାଟୋଇଙ୍କ ଘର ଆଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟରୁ ନିଆଁ ଲାଗି କ୍ଷୀପ୍ର ଗତିରେ ଅନ୍ୟ ଘରକୁ ବ୍ୟାପିଯାଇଥିଲା।

Tags: