ଷ୍ଟେଟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

କେନ୍ଦୁଝର : ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ଗତ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏଥିରେ ବ୍ୟାଙ୍କର ସମସ୍ତ ଆସବାବ ପଟ ସହ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ନଥି ପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଛି । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ସମୟରେ ଶାଖା କାର୍ଯ୍ୟାଳୟରୁ ଧୁଆଁ ବାହାରୁଥିବା ଦେଖି […]

Samaya Live Picture
Published On

କେନ୍ଦୁଝର : ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ଗତ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏଥିରେ ବ୍ୟାଙ୍କର ସମସ୍ତ ଆସବାବ ପଟ ସହ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ନଥି ପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଛି । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ସମୟରେ ଶାଖା କାର୍ଯ୍ୟାଳୟରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର କରିଥିଲେ । ଘଟଣାସ୍ଥଳରେ ୨ ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ପୋଡ଼ି ଯାଇଛି ।

Tags: