ଭୟାବହ ଅଗ୍ନିକାଣ୍ଡ ,୨ ମହଲା କୋଠା ଭସ୍ମ
କଟକ : କଟକ ସିଡିଏରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି ୨ ମହଲା କୋଠାଘର । ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକରେ ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ କାର ଏବଂ ୨ଟି ବାଇକ ସମ୍ପୂର୍ଣ୍ଣ ଭବରେ ଜାଳି ଯାଇଛି । ତେବେ […]
କଟକ : କଟକ ସିଡିଏରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି ୨ ମହଲା କୋଠାଘର । ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକରେ ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି ।
ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ କାର ଏବଂ ୨ଟି ବାଇକ ସମ୍ପୂର୍ଣ୍ଣ ଭବରେ ଜାଳି ଯାଇଛି । ତେବେ ବିଲ୍ଡିଂରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଇଭି (ବିଦ୍ୟୁତ ଯାନ) ରାତିରେ ଚାର୍ଜରେ ଲାଗିଥିବା ଯୋଗୁଁ ଏଥିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।




