ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ

ଭୁବନେଶ୍ବର: ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ । ଦଳ ବଦଳ ଅଭିଯୋଗରେ ଏହି ଦୁଇ ବିଧାୟକଙ୍କର ସଭ୍ୟ ପଦ ରଦ୍ଦ ହୋଇଛି I ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏନେଇ ସରକାରୀ ଦଳର ମୁଖ୍ୟ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବାଚସ୍ପତି ଉଭୟଙ୍କର ସଭ୍ୟପଦ […]

Samaya Live Picture
Published On

ଭୁବନେଶ୍ବର: ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ । ଦଳ ବଦଳ ଅଭିଯୋଗରେ ଏହି ଦୁଇ ବିଧାୟକଙ୍କର ସଭ୍ୟ ପଦ ରଦ୍ଦ ହୋଇଛି I ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏନେଇ ସରକାରୀ ଦଳର ମୁଖ୍ୟ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବାଚସ୍ପତି ଉଭୟଙ୍କର ସଭ୍ୟପଦ ରଦ୍ଦ କରିଥିଲେ।

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରୁ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ତଳେ ଦୁଇ ଜଣ ବିଜେଡି ଛାଡି ଅନ୍ୟଦଳରେ ଯୋଗଦେଇଥିଲେ। ୧୮ ମାର୍ଚ୍ଚରେ ଏହି ଦୁଇ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାୟର ହୋଇଥିଲା I ହେଲେ ନୋଟିସର କୌଣସି ଉତ୍ତର ରଖି ନଥିଲେ ୨ ବିଧାୟକ I ଏହାପରେ ଏପ୍ରିଲ ୧୦ ରେ ଦୁଇ ବିଧାୟକଙ୍କୁ ବ୍ୟକ୍ତିଗତ ଭାବରେ ହଜାର ହେବାକୁ ବାଚସ୍ପତି ଚିଠି ଲେଖିଥିଲେ ମଧ୍ୟ ଏହି ୨ ଜଣ ନିଜର ପକ୍ଷ ରଖି ନଥିଲେ ଫଳରେ ସମ୍ବିଧାନର ଦଶମ ପରିଚ୍ଛେଦ ଓ ଓଡିଶା ବିଧାନସଭାର ଦଳବଦଳ ଆଇନ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି I ତେବେ ନିକଟରେ ଏହି ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଛନ୍ତି ।

Tags: