ଭୁବନେଶ୍ୱରରେ ଜବର ଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି । ବାଣୀବିହାର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରବାସୀ ଭାରତୀୟ ଦିବସ ପାଳନ ସକାଶେ ଉଚ୍ଛେଦ ଚାଲିଥିବାବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ବିଶେଷକରି ଆଚାର୍ଯ୍ୟବିହାରରୁ ବାଣୀବିହାର ମଧ୍ୟରେ ରାସ୍ତା ପାର୍ଶ୍ବରେ ଥିବା ଉଠା ଦୋକାନଗୁଡ଼ିକୁ ପ୍ରଶାସନ ଉଚ୍ଛେଦ କରୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଉତ୍ତେଜନା ଦେଖିବାକୁ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି । ବାଣୀବିହାର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରବାସୀ ଭାରତୀୟ ଦିବସ ପାଳନ ସକାଶେ ଉଚ୍ଛେଦ ଚାଲିଥିବାବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ବିଶେଷକରି ଆଚାର୍ଯ୍ୟବିହାରରୁ ବାଣୀବିହାର ମଧ୍ୟରେ ରାସ୍ତା ପାର୍ଶ୍ବରେ ଥିବା ଉଠା ଦୋକାନଗୁଡ଼ିକୁ ପ୍ରଶାସନ ଉଚ୍ଛେଦ କରୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଉତ୍ତେଜନା ଦେଖିବାକୁ ମିଳିଛି। ଦୋକାନ ଭଙ୍ଗାଯିବା ସମୟରେ କିଛି ଦୋକାନୀ ଜେସିବି ଆଗରେ ବସିଥିବା ଦେଖାଯାଇଛି। ହେଲେ ପ୍ରଶାସନ କିଛି ନ ଶୁଣି ଦୋକାନ ଭାଙ୍ଗିଛି।

Tags: