ଟେନିସ୍ ଖେଳାଳି ଦେବାଶିଷ ସାହୁ ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର
ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ବୁଧବାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ଶବରଙ୍କୁ ମଧ୍ୟ ମିଳିଛି ଏକଲବ୍ୟ କ୍ରୀଡା ପୁରସ୍କାର । ଆଥଲେଟ୍ ବାପି ହାଁସଦାଙ୍କୁ ମାନପତ୍ର ସହ ୫୦ […]
ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ବୁଧବାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି।
ସେହିପରି ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ଶବରଙ୍କୁ ମଧ୍ୟ ମିଳିଛି ଏକଲବ୍ୟ କ୍ରୀଡା ପୁରସ୍କାର । ଆଥଲେଟ୍ ବାପି ହାଁସଦାଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଭାରୋତ୍ତୋଳନକାରୀ ଜ୍ୟୋସ୍ନା ଶବର ମାନପତ୍ର ଓ ୫୦ ହଜାର ଟଙ୍କା ପାଇଛନ୍ତି। ସମାରୋହରେ ମୁଖ୍ୟ ଅତିଥି ପ୍ରଖ୍ୟାତ କ୍ରିକେଟର ମଦନ ଲାଲ୍ ଯୋଗ ଦେଇଥିଲେ।
ସୂଚନାନୁସାରେ,ଗତ ୩୦ ବର୍ଷ ଧରି ‘ଇମ୍ପାକ୍ଟ’ ପକ୍ଷରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ୨୫ ବର୍ଷରୁ କମ୍ ବୟସ୍କ ଓଡ଼ିଆ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ଲୋକଲୋଚନକୁ ଆଣିବାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଓଡ଼ିଶାରୁ ଏକଲବ୍ୟ ପୁରସ୍କାର ଜିତିଥିବା ୩ ଜଣ ଜାତୀୟ କ୍ରିକେଟ ଟିମ୍ରେ ସାମିଲ ହୋଇ ପାରିଛନ୍ତି। ଏହାବାଦ ବିଭିନ୍ନ କ୍ରୀଡ଼ାରେ ବି ଏହି ପୁରସ୍କାରପ୍ରାପ୍ତ ଖେଳାଳି ସାମିଲ ହୋଇ ପାରିଛନ୍ତି।




