ତାତିରୁ ମିଳିବ ଆଶ୍ୱସ୍ତି, ୨-୪ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର:ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ଗରମ ପରେ ଓଡ଼ିଶାରେ ପୁଣି ଥରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି।୨୪ ଏପ୍ରିଲରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼ ଏବଂ ୨୫ ଏପ୍ରିଲରେ ବଲାଙ୍ଗୀର ଏବଂ ସମ୍ବଲପୁର ପାଇଁ ଗ୍ରୀଷ୍ମପ୍ରବାହ ନେଇ କମଳା ସତର୍କତା ଜାରି କରାଯାଇଛି। ଏହି ଦୁଇ ଦିନ ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତି ଉଷ୍ମରହିବ। ତେବେ ୨୭ […]

ତାତିରୁ ମିଳିବ ଆଶ୍ୱସ୍ତି, ୨-୪ ଡିଗ୍ରୀ ଖସିବ ତାପମାତ୍ରା
Samaya Live Picture
Published On

ଭୁବନେଶ୍ୱର:ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ଗରମ ପରେ ଓଡ଼ିଶାରେ ପୁଣି ଥରେ
କାଳବୈଶାଖୀ ହେବାର ସମ୍ଭାବନା ଅଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି।୨୪ ଏପ୍ରିଲରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼ ଏବଂ ୨୫ ଏପ୍ରିଲରେ ବଲାଙ୍ଗୀର ଏବଂ ସମ୍ବଲପୁର ପାଇଁ ଗ୍ରୀଷ୍ମପ୍ରବାହ ନେଇ କମଳା ସତର୍କତା ଜାରି କରାଯାଇଛି। ଏହି ଦୁଇ ଦିନ ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତି ଉଷ୍ମରହିବ।
ତେବେ ୨୭ ଏପ୍ରିଲରୁ ରାଜ୍ୟରେ କାଳବୈଶାଖୀ ବର୍ଷା ପୁନର୍ବାର ଆରମ୍ଭ ହୋଇପାରେ। ସେହିପରି କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ୪୦-୫୦ କିମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।

Tags: