ଇଟାଭାଟିରେ ବନ୍ଧା ପଡିଥିବା ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର

ବଲାଙ୍ଗୀର : ମୁକୁଳିଲେ ତେଲେଙ୍ଗାନା ର ଇଟାଭାଟିରେ ବନ୍ଧା ପଡିଥିବା ନାବାଳିକା । ଗତକାଲି ବିଶାଖାପାଟନମରୁ ଟ୍ରେନ ଯୋଗ ଆସିଛି ନାବାଳିକା ଜଣଙ୍କ । ଦାଦନ ଖଟିବାକୁ ଯାଇ କାମ କରିବାକୁ ଯାଇ ଦାଦନ ଯନ୍ତ୍ରଣାର ଶିକାର ହୋଇଥିଲେ । ବାପାର ମୃତ୍ୟୁ ପରେ ଅଗ୍ରିମ ଟଙ୍କା ଫେରାଇବାକୁ ଦାବି କରି ଦାଦନ ଝିଅକୁ ବନ୍ଧକ ରଖିଥିଲା ଦାଦନ ସର୍ଦାର ଓ ଇଟାଭାଟି ମାଲିକ । ୫୦ ହଜାର ଟଙ୍କା ଦେବା ପରେ ବି ଛାଡୁ ନଥିବା […]

Samaya Live Picture
Published On

ବଲାଙ୍ଗୀର : ମୁକୁଳିଲେ ତେଲେଙ୍ଗାନା ର ଇଟାଭାଟିରେ ବନ୍ଧା ପଡିଥିବା ନାବାଳିକା । ଗତକାଲି ବିଶାଖାପାଟନମରୁ ଟ୍ରେନ ଯୋଗ ଆସିଛି ନାବାଳିକା ଜଣଙ୍କ । ଦାଦନ ଖଟିବାକୁ ଯାଇ କାମ କରିବାକୁ ଯାଇ ଦାଦନ ଯନ୍ତ୍ରଣାର ଶିକାର ହୋଇଥିଲେ । ବାପାର ମୃତ୍ୟୁ ପରେ ଅଗ୍ରିମ ଟଙ୍କା ଫେରାଇବାକୁ ଦାବି କରି ଦାଦନ ଝିଅକୁ ବନ୍ଧକ ରଖିଥିଲା ଦାଦନ ସର୍ଦାର ଓ ଇଟାଭାଟି ମାଲିକ । ୫୦ ହଜାର ଟଙ୍କା ଦେବା ପରେ ବି ଛାଡୁ ନଥିବା ଅଭିଯୋଗ ହୋଇଥିଲା । ଝିଅକୁ ଉଦ୍ଧାର ସହ ଦାଦନ ସର୍ଦ୍ଦାରକୁ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଥିଲେ ପରିବାର ଲୋକେ । ବଲାଙ୍ଗିର ବେଲପଡ଼ ବ୍ଲକ ସୁଲେକେଲାରୁ ଆସିଛି ଦାଦନ ଯନ୍ତ୍ରଣାର କରୁଣ କାହାଣୀ ।

ସୂଚନାନୁସାରେ, ବଲାଙ୍ଗିର ବେଲପଡ଼ା ବ୍ଲକ ସୁଲେକେଲା ଗାଁର ୩୫ ବର୍ଷିୟ କାହ୍ନୁ ମଲ୍ଲିକ ଗତ ୨ ମାସ ତଳେ ପତ୍ନୀ ସହ ୨ ଝିଅଙ୍କୁ ଧରି ଆନ୍ଧ୍ରପ୍ରଦେଶର ସାତନଗରକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । ଏଥିପାଇଁ ପୂର୍ବରୁ ତୁରେକେଲା ଥାନା ତେନ୍ତୁଳିଖୁଣ୍ଟିର ଦାଦନ ସର୍ଦ୍ଦାର ସମାରୁ ନାୟକ ଜରିଆରେ ଇଟାଭାଟି ମାଲିକ ଠାରୁ ୮୦ ହଜାର ଟଙ୍କା ବଇନା ନେଇଥିଲେ। ତେବେ ଇଟାଭାଟିରେ କିଛିଦିନ କାମ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ । ଅସୁସ୍ଥତା ସତ୍ତ୍ୱେ ଇଟାଭାଟି ମାଲିକ ଶଙ୍କର ନାୟକ ସହ ମିଶି ସର୍ଦ୍ଦାର ସମାରୁ ନାୟକ କାମ କରିବାକୁ ବାଧ୍ୟ କରୁଥିଲା। ଏହାଦେଖି କାହ୍ନୁଙ୍କ ପତ୍ନୀ ଇଟାଭାଟି ମାଲିକଙ୍କୁ ନେହୁରା ହୋଇଥିଲେ ଘରକୁ ଫେରିଯିବାପାଇଁ I ଏପଟେ ଅଗ୍ରିମ ନେଇଥିବା ଟଙ୍କା ଶୁଝିବା ବାବଦକୁ ସମାରୁ କାହ୍ଣୁଙ୍କର ୧୧ ବର୍ଷିୟା ନାବାଳିକା ଝିଅକୁ ବନ୍ଧକ ରଖିଥିଲା । ଆଉ ବଇନା ଟଙ୍କା ଫେରାଇବାକୁ ଦାବି କରିଥିଲା । ଏହାପରେ କାହ୍ଣୁଙ୍କର ପତ୍ନୀ ଘରକୁ ଆସି ୫୦ ହଜାର ଟଙ୍କା ଫୋନ ପେ ଦ୍ୱାରା ପଠାଇଥିଲେ I ତଥାପି ଝିଅକୁ ଛାଡି ନଥିଲା ଇଟାଭାଟି ମାଲିକ I ଏହି ସମୟରେ ଝିଅକୁ ଝୁରି ଝୁରି ଅସୁସ୍ଥ ବାପା କାହ୍ଣୁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା I ଏନେଇ ବିଭିନ୍ନ ଗଣାମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ବେଲପଡା ପୋଲିସ ଦ୍ୱାରା ଝିଅକୁ ଉଦ୍ଧାର କରି ଗାଁକୁ ଅଣାଯାଉଛି ।

Tags: