ତେଲେଙ୍ଗାନା ବିସ୍ଫୋରଣରେ ମୃତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୋମବାର ତେଲଙ୍ଗାନାର ଥିବା ଏକ ରାସାୟନିକ କାରଖାନାରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ ଆଜି ମୃତ ଓଡିଆଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ସୋସିଆଲ ମିଡ଼ିଆ ‘X […]

ତେଲେଙ୍ଗାନା ବିସ୍ଫୋରଣରେ ମୃତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ସୋମବାର ତେଲଙ୍ଗାନାର ଥିବା ଏକ ରାସାୟନିକ କାରଖାନାରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ ଆଜି ମୃତ ଓଡିଆଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ସୋସିଆଲ ମିଡ଼ିଆ ‘X ‘ରେ ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ,ଗତ ମାସ ୩୦ ତାରିଖ ଦିନ ଆନୁମାନିକ ପୂର୍ବାହ୍‌ଣ ୯ଟାରେ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚି ଇଣ୍ଡଷ୍ଟ୍ରିର ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୪୦ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ। ଆହତମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ଏହି ଫ୍ୟାକ୍ଟ୍ରିରେ ବିହାର,ଉତ୍ତରପ୍ରଦେଶ ଓ ଓଡ଼ିଶାର ପ୍ରବାସୀ ଶ୍ରମିକ କାର୍ଯ୍ୟ କରୁଥିଲେ ।

Tags: