ଜବରଦଖଲ ଉଚ୍ଛେଦ ବେଳେ ତହସିଲଦାରଙ୍କୁ ମାଡ଼

ମୟୂରଭଞ୍ଜ : ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି ମୟୁରଭଞ୍ଜ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି । ଲୁଟ ପାଇଁ ଗୁଳିମାଡ଼ ,ହଣାକଟା ପରେ ଆଜି ଜବର ଦଖଲ ଉଚ୍ଛେଦ ପାଇଁ ଯାଇଥିବାବେଳେ ପୋଲିସ ଉପସ୍ଥିତିରେ ତହସିଲଦାରଙ୍କୁ ଉତ୍ୟକ୍ତ ଲୋକେ ମାଡ଼ ମାରିଥିବା ଖବର ମିଳିଛି । ମାଡ ମାରିବା ପରେ କୁଲିଅଣା ଥାନା ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଥିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ତିତିରି ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହାକୁ ନେଇ […]

ଜବରଦଖଲ ଉଚ୍ଛେଦ ବେଳେ ତହସିଲଦାରଙ୍କୁ ମାଡ଼
Samaya Live Picture
Published On

ମୟୂରଭଞ୍ଜ : ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି ମୟୁରଭଞ୍ଜ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି । ଲୁଟ ପାଇଁ ଗୁଳିମାଡ଼ ,ହଣାକଟା ପରେ ଆଜି ଜବର ଦଖଲ ଉଚ୍ଛେଦ ପାଇଁ ଯାଇଥିବାବେଳେ ପୋଲିସ ଉପସ୍ଥିତିରେ ତହସିଲଦାରଙ୍କୁ ଉତ୍ୟକ୍ତ ଲୋକେ ମାଡ଼ ମାରିଥିବା ଖବର ମିଳିଛି । ମାଡ ମାରିବା ପରେ କୁଲିଅଣା ଥାନା ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଥିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ତିତିରି ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହାକୁ ନେଇ କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି I

କୁଲିଅଣା ବ୍ଲକ ତିତିରି ଅଞ୍ଚଳର ସରକାରୀ ଜାଗାରେ ଲୋକମାନେ ଦୀର୍ଘ ବର୍ଷ ହେଲା ଘର କରି ରହୁଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୫ଟି ଘର ଭାଙ୍ଗିବାକୁ କୁହାଯାଇଥିଲା । ଆଜି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବାବେଳେ ବିରୋଧ କରିଥିଲେ ଗ୍ରାମବାସୀ । ନିଆଁ ଜାଳି ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ କୁଳିଅଣା ତହସିଲଦାରଙ୍କୁ ମାଡ ମାରି କୁଲିଅଣା ଥାନା ପର୍ଯ୍ୟନ୍ତ ଘୋଷାରି ନେଇଥିଲେ ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ସୁଦ୍ଧା କୁଳିଅଣା ଥାନା ପରିସରରେ ଉତ୍ତେଜନା ଲାଗିରହିଛି ।

Tags: