‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଟିମ୍‌ ଓଡ଼ିଶାର ଲକ୍ଷ୍ୟ ଏବେ ‘ୱାର୍ଲଡ ସ୍କିଲ୍ସ’

ଭୁବନେଶ୍ୱରରେ ପହଞ୍ଚିବା ପରେ ଟିମ୍‌ ଓଡ଼ିଶାକୁ ଭବ୍ୟ ସ୍ୱାଗତ  ଓଡ଼ିଶାକୁ ସର୍ବାଧିକ ୫୨ଟି ପଦକ, ୧୭ଟି ସ୍ୱର୍ଣ୍ଣ  ‘ଇଣ୍ଡିଆ ସ୍କିଲ୍ସ’ରେ ଲଗାତର ଦୁଇ ଥର ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ  ଟିମ୍‌ ଓଡ଼ିଶାର ବିଜେତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ଭୁବନେଶ୍ୱର : ‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଚମକିଛନ୍ତି ଓଡ଼ିଶାର ପ୍ରତିଯୋଗୀ । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଟିମ୍‌ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ସର୍ବଭାରତୀୟ ସ୍ତରରେ ସର୍ବାଧିକ ୫୨ଟି ପଦକ ଜିତି ଓଡ଼ିଶା ରେକର୍ଡ […]

Samaya Live Picture
Published On

ଭୁବନେଶ୍ୱରରେ ପହଞ୍ଚିବା ପରେ ଟିମ୍‌ ଓଡ଼ିଶାକୁ ଭବ୍ୟ ସ୍ୱାଗତ
 ଓଡ଼ିଶାକୁ ସର୍ବାଧିକ ୫୨ଟି ପଦକ, ୧୭ଟି ସ୍ୱର୍ଣ୍ଣ
 ‘ଇଣ୍ଡିଆ ସ୍କିଲ୍ସ’ରେ ଲଗାତର ଦୁଇ ଥର ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ
 ଟିମ୍‌ ଓଡ଼ିଶାର ବିଜେତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଚମକିଛନ୍ତି ଓଡ଼ିଶାର ପ୍ରତିଯୋଗୀ । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଟିମ୍‌ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ସର୍ବଭାରତୀୟ ସ୍ତରରେ ସର୍ବାଧିକ ୫୨ଟି ପଦକ ଜିତି ଓଡ଼ିଶା ରେକର୍ଡ କରିଛି । ସୋମବାର ଦିନ ଟିମ୍‌ ଓଡ଼ିଶାର ପ୍ରତିଯୋଗୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରେଘୁ ଜି, ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ଶ୍ରୀଯୁକ୍ତ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଶ୍ରୀଯୁକ୍ତ ଟି ଥମ୍ବିରାଜା, ଉପାଧ୍ୟକ୍ଷ ଡକ୍ତର ଶୁଭଙ୍ଗ କିଶୋର ଦାସ ବିମାନ ବନ୍ଦରଠାରେ ପହଞ୍ଚି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରିଥିଲେ ।

ଇଣ୍ଡିଆ ସ୍କିଲ୍ସରେ ସଫଳତା ପାଇଥିବା ଟିମ୍‌ ଓଡ଼ିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ‘ପ୍ରତିଯୋଗୀମାନଙ୍କ କଠିନ ପରିଶ୍ରମ, ଉତ୍ସର୍ଗିକୃତ ମନୋଭାବ ଯୋଗୁଁ ଓଡ଼ିଶାକୁ ଏହି ସଫଳତା ମିଳିପାରିଛି । ଏହା ଆମ ରାଜ୍ୟ ପାଇଁ ଗର୍ବର କଥା । ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ।’
ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ମଧ୍ୟ ଟିମ୍‌ ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ‘ଇଣ୍ଡିଆ ସ୍କିଲ୍ସ’ରେ ଓଡ଼ିଶା ଲଗାତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଚଳିତ ଥର ଟିମ୍‌ ଓଡ଼ିଶା ସର୍ବାଧିକ ୧୭ଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୧୪ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ପାଇଛି । ସେହିପରି ୧୨ ଜଣଙ୍କୁ ମେଡାଲିୟନ ଅଫ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି ।

ଆଗାମୀ ସେପେଫମ୍ବର ମାସରେ ଫ୍ରାନ୍ସରେ ହେବାକୁ ଯାଉଛି ‘ୱାଲର୍‌ଡ ସ୍କିଲ୍ସ’ ପ୍ରତିଯୋଗିତା । ଇଣ୍ଡିଆ ସ୍କିଲ୍ସ-୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଟିମ୍‌ ଓଡ଼ିଶାର ଲକ୍ଷ୍ୟ ‘ୱାଲର୍‌ଡ ସ୍କିଲ୍ସ’ ରହିଛି ।

Tags: