୧୨ ଟା ପରିବର୍ତ୍ତେ ସକାଳ ୧୦ ଟା ଯାଏଁ ସ୍କୁଲରେ ରହିବେ ଶିକ୍ଷକ

ଭୁବନେଶ୍ୱର : ସକାଳ ୬ ଟାରୁ ୧୦ ଟା ଯାଏଁ ସ୍କୁଲରେ ରହିବେ ଶିକ୍ଷକ । ଦିନ ୧୨ ଯାଏଁ ସ୍କୁଲରେ ଶିକ୍ଷକ ମାନେ ରହିବେ ବୋଲି ପୂର୍ବରୁ ଚିଠି ହୋଇଥିବାବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇ ସକାଳ ୧୦ ଯାଏଁ ରହିବେ ବୋଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ପକ୍ଷରୁ ସ୍କୁଲ ଗୁଡିକୁ ସାନି ଚିଠି ଦିଆଯାଇଛି । ଏହା କେବଳ ଖୋର୍ଦ୍ଧା ଜିଲ୍ଲା ପାଇଁ ଲାଗୁ ହୋଇଛି । ଜିଲ୍ଲାରେ ଥିବା ସମସ୍ତ […]

୧୨ ଟା ପରିବର୍ତ୍ତେ ସକାଳ ୧୦ ଟା ଯାଏଁ ସ୍କୁଲରେ ରହିବେ ଶିକ୍ଷକ
Samaya Live Picture
Published On

ଭୁବନେଶ୍ୱର : ସକାଳ ୬ ଟାରୁ ୧୦ ଟା ଯାଏଁ ସ୍କୁଲରେ ରହିବେ ଶିକ୍ଷକ । ଦିନ ୧୨ ଯାଏଁ ସ୍କୁଲରେ ଶିକ୍ଷକ ମାନେ ରହିବେ ବୋଲି ପୂର୍ବରୁ ଚିଠି ହୋଇଥିବାବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇ ସକାଳ ୧୦ ଯାଏଁ ରହିବେ ବୋଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ପକ୍ଷରୁ ସ୍କୁଲ ଗୁଡିକୁ ସାନି ଚିଠି ଦିଆଯାଇଛି । ଏହା କେବଳ ଖୋର୍ଦ୍ଧା ଜିଲ୍ଲା ପାଇଁ ଲାଗୁ ହୋଇଛି । ଜିଲ୍ଲାରେ ଥିବା ସମସ୍ତ ସ୍କୁଲରେ ଶିକ୍ଷକମାନେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏ ରହିବେ। ଆଗରୁ ସ୍କୁଲରେ ସାଢ଼େ ୧୨ଟା ଯାଏ ରହିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ପକ୍ଷରୁ ଚିଠି ହୋଇଥିଲା। ତେବେ ଏହାକୁ ବିରୋଧ କରି ଶିକ୍ଷକମାନେ ସମୟ ସୀମା କମାଇବାକୁ ଦାବି କରିଥିଲେ। ଏହାକୁ ବିଚାର କରି ଡିଇଓଙ୍କ ପକ୍ଷରୁ ଶିକ୍ଷକଙ୍କ କାର୍ଯ୍ୟ ସମୟକୁ ହ୍ରାସ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ଆରମ୍ଭ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ସମୟ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏ କରାଯାଇଛି। ତେବେ ଖୋର୍ଦ୍ଧା ଡିଇଓଙ୍କ ପକ୍ଷରୁ ସ୍କୁଲରେ ପିଲାଙ୍କ ସମୟ ସାଢ଼େ ୧୦ଟା ଯାଏ ଥିବା ବେଳେ ଅନ୍ୟ ଅଫିସିଆଲ୍‌ କାର୍ଯ୍ୟ ପାଇଁ ସାଢ଼େ ୧୨ଟା ଯାଏ ଶିକ୍ଷକମାନେ ସ୍କୁଲରେ ରହିବାକୁ ଚିଠି କରିଥିଲେ । ଭୀଷଣ ଖରା, ତାତି ଯୋଗୁ ଶିକ୍ଷକମାନେ ସେମାନଙ୍କ କାର୍ଯ୍ୟ ସମୟ ସାଢ଼େ ୧୦ଟାକୁ ହ୍ରାସ କରିବାକୁ ଦାବି କରିଥିଲେ ।

Tags: