ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସିବ ଶିକ୍ଷକ ସଂଘ ବୈଠକ

ଭୁବନେଶ୍ୱର : ରାଜ ରାସ୍ତାରେ ପ୍ରାଥମିକ ସ୍କୁଲ ଶିକ୍ଷକ I ଦୀର୍ଘ ଦିନ ଧରି ପାଠପଢା ଠପ I ସ୍କୁଲ ଖୋଲିବା ପାଇଁ ବାହାରି ପାରେ ସମାଧାନର ବାଟ। ଆଜି ସିଏମ୍ଓ-ଶିକ୍ଷକ ସଂଘ ( ପିଷ୍ଟା) ଆଲୋଚନା। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା। ପୂର୍ବରୁ ୩ ଦଫା ଦାବିରେ ପାଖାପାଖି ଦଶ ଦିନ ଧରି କାର୍ଯ୍ୟ ବନ୍ଦ କରି ଧାରଣା ଦେଇଥିବା […]

Samaya Live Picture
Published On

ଭୁବନେଶ୍ୱର : ରାଜ ରାସ୍ତାରେ ପ୍ରାଥମିକ ସ୍କୁଲ ଶିକ୍ଷକ I ଦୀର୍ଘ ଦିନ ଧରି ପାଠପଢା ଠପ I ସ୍କୁଲ ଖୋଲିବା ପାଇଁ ବାହାରି ପାରେ ସମାଧାନର ବାଟ। ଆଜି ସିଏମ୍ଓ-ଶିକ୍ଷକ ସଂଘ ( ପିଷ୍ଟା) ଆଲୋଚନା। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା। ପୂର୍ବରୁ ୩ ଦଫା ଦାବିରେ ପାଖାପାଖି ଦଶ ଦିନ ଧରି କାର୍ଯ୍ୟ ବନ୍ଦ କରି ଧାରଣା ଦେଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା । ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ଶିକ୍ଷକମାନଙ୍କର ମହାସମାବେଶ ଡାକରା ଦିଆଯାଇଛି।

ଗତ ୧୮ ତାରିଖରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ପାରନ୍ତି ବୋଲି ଆଶା କରାଯାଉଛି। ସୂଚନାନୁସାରେ,ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି।

Tags: