ନିଜ ନିଜ ଜିଲ୍ଲାରେ ନିଯୁକ୍ତି ପାଇ ପାରିବେ ନାହିଁ ଶିକ୍ଷକ
ଭୁବନେଶ୍ୱର : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ କରାଯାଇଛି । ନିଜ ଜିଲ୍ଲାରେ ନିଯୁକ୍ତି ପାଇବେ ନାହିଁ ଶିକ୍ଷକ । ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ । ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଗୋଟିଏ ସ୍ଥାନରେ ଅତିକମ୍ରେ ୩ ବର୍ଷ ରହିବା ପରେ […]
ଭୁବନେଶ୍ୱର : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ କରାଯାଇଛି । ନିଜ ଜିଲ୍ଲାରେ ନିଯୁକ୍ତି ପାଇବେ ନାହିଁ ଶିକ୍ଷକ । ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ । ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଗୋଟିଏ ସ୍ଥାନରେ ଅତିକମ୍ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ । ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ ।
ଯଦି ସ୍ବାମୀ-ସ୍ତ୍ରୀ ଉଭୟ ସରକାରୀ କର୍ମଚାରୀ ହୋଇଥାନ୍ତି, ସେମାନଙ୍କୁ ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ୨ ବର୍ଷ ଥିଲେ ଯେଉଁଠି ଅଛନ୍ତି ସେଠାରେ କିମ୍ବା ନିଜ ଜିଲ୍ଲାକୁ ବଦଳି ହେବ ।
ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧରେ ୫ ବର୍ଷ ପୂରଣ କଲେ ବଦଳି ସମ୍ଭବ ହୋଇପାରିବ । ଅନ୍ୟ ଜିଲାରେ ୧୦ ବର୍ଷ ପୂରଣ କରିଥିଲେ, ଅବିଭକ୍ତ କେବିକେରେ ନିଯୁକ୍ତି ହେବେ । ଗଜପତି, କନ୍ଧମାଳ, ବୌଦ୍ଧ ଜିଲାରେ ନିଯୁକ୍ତି ହେବେ ।




