ପିଲାଙ୍କ ଆଖିରେ ଅଠା ,ପ୍ରଧାନ ଶିକ୍ଷକ ନିଲମ୍ବିତ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେବିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ଜିଲାପାଳ ବେଦ ଭୂଷଣ ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଘଟଣା ଦିନ ସ୍କୁଲରେ ଅନୁପସ୍ଥିତ ଥିଲେ ପ୍ରଧାନ ଶିକ୍ଷକ । କାର୍ଯ୍ୟରେ ଅବହେଳା, ବିଦ୍ୟାଳୟରେ ରହୁ ନ ଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ସମୟରେ ସେବାଶ୍ରମର […]

ପିଲାଙ୍କ ଆଖିରେ ଅଠା ,ପ୍ରଧାନ ଶିକ୍ଷକ ନିଲମ୍ବିତ
Samaya Live Picture
Published On

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେବିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ଜିଲାପାଳ ବେଦ ଭୂଷଣ ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଘଟଣା ଦିନ ସ୍କୁଲରେ ଅନୁପସ୍ଥିତ ଥିଲେ ପ୍ରଧାନ ଶିକ୍ଷକ । କାର୍ଯ୍ୟରେ ଅବହେଳା, ବିଦ୍ୟାଳୟରେ ରହୁ ନ ଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ସମୟରେ ସେବାଶ୍ରମର ଛତ୍ରମାନେ ଖାଇ ସାରି ଶୋଇଥିବାବେଳେ ବିଳମ୍ବିତ ରାତିରେ କିଛି ସହପାଠୀ ଛାତ୍ର ୪ର୍ଥ ଓ ୫ମରେ ପଢ଼ୁଥିବା ୮ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇ ଦେଇଥିଲେ। ଫଳରେ ପିଲା ମାନେ ଆଉ ଆଖି ଖୋଲି ପାରି ନଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲରେ ଭର୍ତି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କର ଚିକିତ୍ସା ଜାରି ରହିଛି ।

Tags: