ପାଠ ପଢାଉଥିବାବେଳେ ଟଳି ପଡିଲେ ଶିକ୍ଷକ

କୋରାପୁଟ : ବିଦ୍ୟାଳୟରେ ଅଘଟଣ । ଶ୍ରେଣୀରେ ପାଠ ପଢାଉଥିବାବେଳେ ଟଳିପଡିଲେ ଶିକ୍ଷକ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ଶିକ୍ଷକ ହେଉଛନ୍ତି ଅଭିରାମ ମାଣ୍ଡିଙ୍ଗି। ତାଙ୍କ ଘର ରାୟଗଡା ଜିଲ୍ଲା କଳନରା ବ୍ଲକ ସିନ୍ଦୁବାଇ ଗାଁର ହୋଇଥିବା ଜଣାପଡିଛି। ଆଜିକୁ ୩ ମାସ ହେବ ସେ ଅତିଥି ଗଣିତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ କରି ଆସୁଥିଲେ। ସୂଚନା […]

ପାଠ ପଢାଉଥିବାବେଳେ ଟଳି ପଡିଲେ ଶିକ୍ଷକ
Samaya Live Picture
Published On

କୋରାପୁଟ : ବିଦ୍ୟାଳୟରେ ଅଘଟଣ । ଶ୍ରେଣୀରେ ପାଠ ପଢାଉଥିବାବେଳେ ଟଳିପଡିଲେ ଶିକ୍ଷକ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ଶିକ୍ଷକ ହେଉଛନ୍ତି ଅଭିରାମ ମାଣ୍ଡିଙ୍ଗି। ତାଙ୍କ ଘର ରାୟଗଡା ଜିଲ୍ଲା କଳନରା ବ୍ଲକ ସିନ୍ଦୁବାଇ ଗାଁର ହୋଇଥିବା ଜଣାପଡିଛି। ଆଜିକୁ ୩ ମାସ ହେବ ସେ ଅତିଥି ଗଣିତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ କରି ଆସୁଥିଲେ।

ସୂଚନା ଅନୁଯାୟୀ ଶୁକ୍ରବାର ମଧ୍ୟାହ୍ନ ସମୟରେ ଶିକ୍ଷକ ଅଭିରାମ ମାଣ୍ଡିଙ୍ଗି ଶ୍ରେଣୀରେ ପାଠ ପଢାଉଥିବାବେଳେ ହଠାତ୍ ତାଙ୍କର ପେଟ ବ୍ୟଥା ସହ ଛାତିରେ ଯନ୍ତ୍ରଣା ହୋଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତୁରନ୍ତ ଅଭିରାମଙ୍କୁ ଉଦ୍ଧାର କରି ବନ୍ଧୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶିକ୍ଷକଙ୍କ ଆକସ୍ମିକ ଦେହାନ୍ତରେ ବିଦ୍ୟାଳୟ ସହିତ ଆଖପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Tags: