ରାସ୍ତା ମଝିରେ ଶିକ୍ଷକ-ସିଆରସିସି ପିଟାପିଟି

ଚାନ୍ଦବାଲି : ରାସ୍ତା ମଝିରେ ପିଟାପିଟି ହେଲେ ସିଆରସିସି ଏବଂ ଶିକ୍ଷକ I ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ନ୍ତି ସିଆରସିସି ଲମ୍ବୋଦର ସାହୁ ରାସ୍ତା ମଝିରେ ଟଣା ଘୋଷରା ଲାଗିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ସ୍କୁଲ ଚାଲୁଥିଲା I ପିଲାମାନଙ୍କ […]

Samaya Live Picture
Published On

ଚାନ୍ଦବାଲି : ରାସ୍ତା ମଝିରେ ପିଟାପିଟି ହେଲେ ସିଆରସିସି ଏବଂ ଶିକ୍ଷକ I ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ନ୍ତି ସିଆରସିସି ଲମ୍ବୋଦର ସାହୁ ରାସ୍ତା ମଝିରେ ଟଣା ଘୋଷରା ଲାଗିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ହେଉଥିବା ଦେଖିବାକୁ ମିଳିଛି।

ଏହି ସମୟରେ ସ୍କୁଲ ଚାଲୁଥିଲା I ପିଲାମାନଙ୍କ ସାମ୍ନାରେ ୨ ଶିକ୍ଷକଙ୍କର ଏଭଳି କାରନାମା ଦେଖି ଅଭିଭାବକ, ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ନପସନ୍ଦ କରିଛନ୍ତି । ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନଥିବା ଦେଖିବାକୁ ମିଳିଛି। ତେବେ ଅଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣା ପଡିନଥିଲେ ମଧ୍ୟ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି I

Tags: