ତାତିରେ ବ୍ରେକ,ଆଉ ୨ ଦିନ କାଳବୈଶାଖୀ

ଭୁବନେଶ୍ୱର : ତାତିରେ ଲାଗିଲା ବ୍ରେକ I ଅସହ୍ୟ ଗୁଳୁଗୁଳି ଗ୍ରାମରୁ ଆଶ୍ବସ୍ତି ଆଣିଦେଇଛି କାଳ ବୈଶାଖୀ ବର୍ଷା I ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିି ଜିଲ୍ଲାରେ ବିଜୁଳି […]

Samaya Live Picture
Published On

ଭୁବନେଶ୍ୱର : ତାତିରେ ଲାଗିଲା ବ୍ରେକ I ଅସହ୍ୟ ଗୁଳୁଗୁଳି ଗ୍ରାମରୁ ଆଶ୍ବସ୍ତି ଆଣିଦେଇଛି କାଳ ବୈଶାଖୀ ବର୍ଷା I ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଆଜି ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ରାଜ୍ୟରେ ଆଗାମୀ ୨ ଦିନ ଯାଏଁ କାଳବୈଶାଖୀ ବର୍ଷ ଜାରି ରହିବ I ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ହାଲକା ପବନ ବହିବା ନେଇ ସୂଚନା ରହିଛି । ସେହିପରି,ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ମଧ୍ୟ ଆକଳନ କରାଯାଇଛି।

Tags: