ଏମ୍ସ ନିକଟ କାଜୁ ଜଙ୍ଗଲରେ ବୁଲୁଛି ଦନ୍ତା,ସତର୍କ କରାଇଲା ବନ ବିଭାଗ
ଭୁବନେଶ୍ୱର : ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ବୁଲୁଛି ହାତୀ । ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି । ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରୁ ଚାଲିଆସିଛି ହାତୀ । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀ ଠାରୁ ଦୁରେଇ ରହିବା ପାଇଁ ବନ ବିଭାଗ ଲୋକଙ୍କୁ ସଚେତନ […]
ଭୁବନେଶ୍ୱର : ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ବୁଲୁଛି ହାତୀ । ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି । ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରୁ ଚାଲିଆସିଛି ହାତୀ ।
ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀ ଠାରୁ ଦୁରେଇ ରହିବା ପାଇଁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପକ୍ଷରୁ ସଚେତନ କରାଯାଉଛି । କିଛିଦିନ ପୂର୍ବରୁ ଯାଜପୁର ଜିଲ୍ଲାରେ ଜଙ୍ଗଲୀ ହାତୀକୁ ଦେଖିବାକୁ ମିଳିଥିଲା ।
ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଥିଲେ । କେବଳ ଗାଁ ଭିତରେ ନୁହେଁ ବଜାରରେ ମଧ୍ୟ ହାତୀ ଖେଳାଇଲା ଆତଙ୍କ । ଏହାପରେ ରାତିରେ ହାତୀଟି ଯାଜପୁର ଟାଉନ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ ।
ଅନ୍ୟପଟେ ଅନୁଗୁଳରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି I ମୃତକ ହେଉଛନ୍ତି ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ କରତପଟା ସେକ୍ସନ ଧୋକୁଟା ହରିଜନ ସାହିର ବିଜୟ ନାଏକ । ଗତକାଲି ରାତିରେ ବିଜୟ ଘର ପଛପଟକୁ ଯାଇଥିବା ବେଳେ ତାଙ୍କୁ ଦଳି ଦେଇଛି ଦନ୍ତା।
ସେହିପରି ଗତ ୬ ତାରିଖରେ ଶଙ୍ଖପୁର ଅଞ୍ଚଳର ଜଣଙ୍କୁ ମାରିଥିଲା ଦନ୍ତା । ଗାଁ ଆଖପାଖରେ ୬ ହାତୀ ଚଳପ୍ରଚଳ କରୁଥିବା ସୂଚନା ମିଳିଛି । ବନବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତାର ଗତିବିଧି ଉପରେ ନଜର ରଖିଛି । ଦନ୍ତା ଆକ୍ରମଣ ଯୋଗୁ ଆତଙ୍କିତ ଅଛନ୍ତି ସ୍ଥାନୀୟ ଅଧିବାସୀ ।




