ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ
ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ I ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି I କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯାଇଥିଲା । […]
ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ I ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି I କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯାଇଥିଲା । ଆଉ ରାଜ୍ୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ତରୁଣଙ୍କ ନାଁରେ ମୋହର
ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ ।
ଉଲ୍ଲେଖ ଥାଉ କି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ। ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ତରୁଣ ପାଣ୍ଡେ ହେଉଛନ୍ତି ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ତରୁଣଙ୍କ ବାପା ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରସ ଟିକେଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିକଟରେ ବୀରେନ୍ ପାଣ୍ଡେଙ୍କ ଦେହାନ୍ତ ହୋଇଥିବାରୁ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍ ହାତେଇବାକୁ କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଓହ୍ଳାଇଛନ୍ତି I ତେବେ ୨୦୦୦ ମସିହାରୁ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଥିବା ବେଳେ ସେହି ଅଭିଜ୍ଞତା ଆଧାରରେ ଏହି ନିର୍ବାଚନରେ ବାଜିମାତ କରିବେ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି I ତେବେ ଏହି ଆସନରେ ବିଜେଡି ସହ କଂଗ୍ରେସର ସିଧାସଳଖ ଟକ୍କର ହେବ। ବିଜେଡି କଳବଳ ଓ ଅର୍ଥ ଲଗାଇ ଏଠାରୁ ଜିତିବାକୁ ଚେଷ୍ଟା କରିବ। ଯାହାକୁ ପ୍ରତିହତ କରିବାକୁ କଂଗ୍ରେସ ନିଜର ଯୋଜନାକୁ ରୂପ ଦେଇ ସାରିଛି ବୋଲି ତରୁଣ କହିଛନ୍ତି।
ସୂଚନାନୁସାରେ, ଝାରସୁଗୁଡା ବିଧାନସଭା ଆସନରୁ କି ବିଜେଡି ପକ୍ଷରୁ ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାବେଳେ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କ ନାମ ଉପରେ ମୋହର ବାଜିବ ବୋଲି ଆକଳନ କରାଯାଉଛି I




