ଆଜି ମା’ ତାରାତାରିଣୀଙ୍କର ହେବ ମହାସ୍ନାନ

ବ୍ରହ୍ମପୁର : ଆଜି ହେବ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମହାସ୍ନାନ । ୨ ଦିନ ପୂର୍ବରୁ ମନ୍ଦିରରୁ ଚୋରି ଘଟଣା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାର। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତ ମାନେ । ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ। […]

Samaya Live Picture
Published On

ବ୍ରହ୍ମପୁର : ଆଜି ହେବ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମହାସ୍ନାନ । ୨ ଦିନ ପୂର୍ବରୁ ମନ୍ଦିରରୁ ଚୋରି ଘଟଣା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାର। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତ ମାନେ ।

୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ। ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯିବ। ଏହାପରେ ଶ୍ରୀ ସୁପ୍ତ, ଦେବୀ ସୁପ୍ତ ସହ ବାତ୍ରୀ ସୁପ୍ତ ଭଳି ଏହି ତିନୋଟି ସୁପ୍ତକୁ ୧୦୮ଥର ପଠନ କରାଯିବ। ଏହାପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମାଁ ତାରାତାରିଣୀ ।‌

ସୂଚନାନୁସାରେ,ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋରି କରି ନେଇଥିଲେ। ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ।

Tags: