କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା: ୩ ମୃତ

କୋରାପୁଟ : ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗି ଅଂଚଳର ପୁଙ୍ଗାର ଗାଁ ନିକଟରେ ଟ୍ୟାଙ୍କର-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଛୋଟ ଝିଅର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଏମାନେ ସମସ୍ତେ କାର୍‌ରେ ଜୟପୁରରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁ ନିକଟ ଜାତୀୟ ରାଜପଥରେ ବିପରୀତ […]

Samaya Live Picture
Published On

କୋରାପୁଟ : ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗି ଅଂଚଳର ପୁଙ୍ଗାର ଗାଁ ନିକଟରେ ଟ୍ୟାଙ୍କର-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଛୋଟ ଝିଅର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଏମାନେ ସମସ୍ତେ କାର୍‌ରେ ଜୟପୁରରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁ ନିକଟ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଏସିଡ୍‌ ଟ୍ୟାଙ୍କର ସହ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ୬ ବର୍ଷୀୟା ଝିଅର ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାର( ଓଡି୧୦ପି ୫୯୧୨)ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ(ବାପା,ମା ଓ ଛୁଆ) ବିଶାଖାପାଟଣା ଅଭିମୁଖେ ଯାଉଥିଲେ। ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଉକ୍ତ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ପ୍ରାଣହାନି ଘଟିଥିଲା। ଖବର ପାଇ ପୋଟାଙ୍ଗି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହାସହ ଟ୍ୟାଙ୍କର ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Tags: