ତାଳଧ୍ୱଜ ରଥ ଦଉଡି ଛିଣ୍ଡି ୬ ଆହତ

ପୁରୀ : ଆଜି ସୁରୁଖୁରୁରେ ସମାପନ ହୋଇଛି ଚତୁର୍ଦ୍ଧାମୂର୍ତିଙ୍କ ବାହୁଡା ଯାତ୍ରା I ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟାଣ ଆରମ୍ଭ ହୋଇଥିଲେ ମଧ୍ୟ ତାଳଧ୍ୱଜ ରଥରେ ଘଟିଛି ଅଘଟଣ I କୋଟିକୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ବଳଭଦ୍ରଙ୍କର ରଥ ଟଣା ସମୟରେ ମାର୍କେଟ ଛକ ନିକଟରେ ତାଳଧ୍ୱଜ ରଥର ଦଉଡି ଛିଣ୍ଡି ଯାଇଥିଲା I ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱସ୍ଥ୍ୟ ଅବସ୍ଥା […]

Samaya Live Picture
Published On

ପୁରୀ : ଆଜି ସୁରୁଖୁରୁରେ ସମାପନ ହୋଇଛି ଚତୁର୍ଦ୍ଧାମୂର୍ତିଙ୍କ ବାହୁଡା ଯାତ୍ରା I ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟାଣ ଆରମ୍ଭ ହୋଇଥିଲେ ମଧ୍ୟ ତାଳଧ୍ୱଜ ରଥରେ ଘଟିଛି ଅଘଟଣ I କୋଟିକୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ବଳଭଦ୍ରଙ୍କର ରଥ ଟଣା ସମୟରେ ମାର୍କେଟ ଛକ ନିକଟରେ ତାଳଧ୍ୱଜ ରଥର ଦଉଡି ଛିଣ୍ଡି ଯାଇଥିଲା I ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହୋଇଥିଲା। ପରେ ସେନାପଟା ଲାଗି ଓ ମଙ୍ଗଳାର୍ପଣ ନୀତି ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ନୀତି ନିର୍ଘଣ୍ଟ ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି । ଦିନ ୧ଟା ୧୦ ସମୟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି । ବର୍ଷା ହୋଇନଥିଲେ ମଧ୍ୟ ପାଣି ସିଂଚନ ଜାରି ରହିଛି ।

Tags: