ଜଳୁଛି ତାଳଚେର,ସକାଳ ୮ .୩୦ ବେଳକୁ ୩୭.୭ ଛୁଇଁଲା ପାରଦ

ଭୁବନେଶ୍ୱର : ଗତକାଲିର କାଳବୈଶାଖୀ ସତ୍ତ୍ୱେ ଆଜି ସକାଳୁ ପାରଦ ମୁଣ୍ଡ ଉପରେ I ଗରମ ଗୁଳୁଗୁଳି ବଢିବା ସହିତ ଜାରି ରହିଛି ଖରାର ପ୍ରକୋପ I ଆଜି ସକାଳୁ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ତାଳଚେର । ସକାଳ ୮.୩୦ ବେଳକୁ ୩୭.୭ ଡିଗ୍ରୀ ଛୁଇଁଛି ପାରଦ I ଏହା ସହିତ ଓଡିଶାର ୧୧ ସହରର ତାପମାତ୍ରା ୩୪ ଡିଗ୍ରୀ ଟପିଛି I ପ୍ରଚଣ୍ଡ ହିଟୱେଭକୁ ନେଇ ରାଜ୍ୟର ୧୦ ଟି ସହରକୁ ଓରେଞ୍ଜ […]

Samaya Live Picture
Published On

ଭୁବନେଶ୍ୱର : ଗତକାଲିର କାଳବୈଶାଖୀ ସତ୍ତ୍ୱେ ଆଜି ସକାଳୁ ପାରଦ ମୁଣ୍ଡ ଉପରେ I ଗରମ ଗୁଳୁଗୁଳି ବଢିବା ସହିତ ଜାରି ରହିଛି ଖରାର ପ୍ରକୋପ I ଆଜି ସକାଳୁ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ତାଳଚେର । ସକାଳ ୮.୩୦ ବେଳକୁ ୩୭.୭ ଡିଗ୍ରୀ ଛୁଇଁଛି ପାରଦ I ଏହା ସହିତ ଓଡିଶାର ୧୧ ସହରର ତାପମାତ୍ରା ୩୪ ଡିଗ୍ରୀ ଟପିଛି I ପ୍ରଚଣ୍ଡ ହିଟୱେଭକୁ ନେଇ ରାଜ୍ୟର ୧୦ ଟି ସହରକୁ ଓରେଞ୍ଜ ଏବଂ ୧୧ ଟି ସହରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ I

ଅତ୍ୟଧିକ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ନୂଆପଡା, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ୨ ଦିନ ପରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନାନୁସାରେ ଗତକାଲି ମଧ୍ୟ ୪୫ ଡିଗ୍ରୀ ଖରାସହ ସବୁଠାରୁ ଉତପ୍ତ ସହର ପାଲଟିଥିଲା ତାଳଚେର I ସେହିପରି ରାଜ୍ୟର ୧୧ ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା I ୪୧ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା। ଅପରାହ୍ଣରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କୁଆପଥର ହୋଇଥିଲା। ଫଳରେ ରାଜ୍ୟବାସୀ ଗୁଳିଗୁଳି ଓ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା।

Tags: