ସକାଳ ସାଢେ ୮ ଟା ସୁଦ୍ଧା ତାଳଚେର ୩୬.୮
ଭୁବନେଶ୍ୱର : ଦିନକୁ ଦିନ ଅସହ୍ୟ ହେଲାଣି ତାତି । ସକାଳୁ ରାତି ଯାଏଁ ଅସମ୍ଭାଳ ଗରମ । ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ । ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି […]
ଭୁବନେଶ୍ୱର : ଦିନକୁ ଦିନ ଅସହ୍ୟ ହେଲାଣି ତାତି । ସକାଳୁ ରାତି ଯାଏଁ ଅସମ୍ଭାଳ ଗରମ । ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ । ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ ୪ରୁ ୫ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ଅତି ଭୀଷଣ ଗ୍ରୀଷ୍ମ ଲହରୀ ପ୍ରବାହ ପାଇଁ ଆଗାମୀ ୪ ଦିନ ଯାଏଁ ରାଜ୍ୟର ୧୮ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଏବଂ ୧୨ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର I ସେହିପରି ଆଜି ସକାଳ ସାଢେ ୮ ଟା ସୁଦ୍ଧା ୩୬.୮ ଡିଗ୍ରୀ ପହଁଚିଛି ତାଳଚେରର ତାପମାତ୍ରା I ଏହସାଙ୍ଗକୁ ବାରିପଦାର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି I ଏହାପଛକୁ ସକାଳ ୮ ଟା ସୁଦ୍ଧା ୧୧ ଟି ସ୍ଥାନର ତାପମାତ୍ରା ୩୪ ଡିଗ୍ରୀ ତାପିଥିବା ସୂଚନା ମିଳିଛି I




