କାର୍ଯ୍ୟରେ ଅବହେଳା ପାଇଁ ତହସିଲଦାର ନିଲମ୍ବିତ
ସୁନ୍ଦରଗଡ଼ : ହେମଗିରି ତହସିଲଦାର ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲଦଦାର ଲାବନ୍ୟନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ସେ ନିୟମିତ ଅଫିସ ଆସୁ ନଥିବା ସହ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ରିପୋର୍ଟ ଅନୁସାରେ ତାଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ । ଏହାସହ ତାଙ୍କୁ ତୁରନ୍ତ […]
ସୁନ୍ଦରଗଡ଼ : ହେମଗିରି ତହସିଲଦାର ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲଦଦାର ଲାବନ୍ୟନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ସେ ନିୟମିତ ଅଫିସ ଆସୁ ନଥିବା ସହ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ରିପୋର୍ଟ ଅନୁସାରେ ତାଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ । ଏହାସହ ତାଙ୍କୁ ତୁରନ୍ତ ଦାୟିତ୍ବ ହସ୍ତାନ୍ତର ପାଇଁ କୁହାଯାଇଛି । ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ସେ ପ୍ରତିଦିନ ଜିଲ୍ଲାପାଳଙ୍କ ଅଫିସ ଯାଇ ରିପୋର୍ଟ ଦେବେ । ଜିଲ୍ଲାପାଳଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି କେଉଁ ଆଡ଼େ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।




