ଶପଥ ନେଲେ କାମଚଳା ବାଚସ୍ପତି ,୨୦ ରେ ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର : ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ ରଣେନ୍ଦ୍ର ପ୍ରତାପ । ପରମ୍ପରା ଅନୁଯାୟୀ ନୂଆ ବାଚସ୍ପତି ନିର୍ବାଚନ ପୂର୍ବରୁ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଏ। ନୂଆ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ […]
ଭୁବନେଶ୍ୱର : ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ ରଣେନ୍ଦ୍ର ପ୍ରତାପ । ପରମ୍ପରା ଅନୁଯାୟୀ ନୂଆ ବାଚସ୍ପତି ନିର୍ବାଚନ ପୂର୍ବରୁ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଏ। ନୂଆ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ଗୃହ ପରିଚାଳନା କରନ୍ତି। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ।
ସେ ତାଙ୍କର ଏହି ଶପଥ ପାଠରେ କହିଛନ୍ତି,ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇଥିବାରୁ ଧନ୍ୟବାଦ ଜଣାଉଛି।
ସୂଚନାନୁସାରେ,ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଗଠନ ହୋଇଛି। ଦୁଇଜଣ ଉପମୁଖ୍ୟମନ୍ତ୍ରୀ ସହ ୮ଜଣ କ୍ୟାବିନେଟ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ଥିବାରୁ ବିଜେପିର ନେତା ହିଁ ବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ହେବେ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ହେଲେ ବିଧି ମୁତାବକ ଜୁନ୍ ୨୦ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।




