ରାଜଧାନୀରେ ବୁଲିଲା ଖଣ୍ଡା,୨ ଯୁବକ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ ୨ଜଣ ଯୁବକଙ୍କୁ ସଂଘବଦ୍ଧ ଭାବରେ ଖଣ୍ଡାରେ ଆକ୍ରମଣ ହୋଇଛି । ଘଟଣା ଘଟିଛି ଖଣ୍ଡଗିରି ଥାନା ପାତ୍ରପଡ଼ା ଅଞ୍ଚଳରେ । ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ଛାନଭିନ କରିଛି। କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ଜଣ ଯୁବକଙ୍କୁ ସଂଘବଦ୍ଧ […]

ରାଜଧାନୀରେ ବୁଲିଲା ଖଣ୍ଡା,୨ ଯୁବକ ଗୁରୁତର
Samaya Live Picture
Published On

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ ୨ଜଣ ଯୁବକଙ୍କୁ ସଂଘବଦ୍ଧ ଭାବରେ ଖଣ୍ଡାରେ ଆକ୍ରମଣ ହୋଇଛି । ଘଟଣା ଘଟିଛି ଖଣ୍ଡଗିରି ଥାନା ପାତ୍ରପଡ଼ା ଅଞ୍ଚଳରେ । ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି ।

ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ଛାନଭିନ କରିଛି। କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଖଣ୍ଡଗିରି ପୋଲିସ ।

Tags: