ଆଜି ସଫେଇ କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ
ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ପ୍ରତିବାଦରେ ଆଜି ସଫେଇ କର୍ମଚାରୀ ମାନେ ଝାଡୁ ଛାଡ ଆନ୍ଦୋଳନ କରିଛନ୍ତି। ସମସ୍ତ ଓ୍ବାର୍ଡରେ ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି। ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି । ବିଏମ୍ସି ଓ୍ବାର୍ଡ ନଂ ୪୪ର କର୍ପୋରେଟର ଅଜିତ ବେହେରା କହିଛନ୍ତି, ଆମେ ଗୋଟିଏ ପରିବାର । ସେହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି […]
ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ପ୍ରତିବାଦରେ ଆଜି ସଫେଇ କର୍ମଚାରୀ ମାନେ ଝାଡୁ ଛାଡ ଆନ୍ଦୋଳନ କରିଛନ୍ତି। ସମସ୍ତ ଓ୍ବାର୍ଡରେ ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି। ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି ।
ବିଏମ୍ସି ଓ୍ବାର୍ଡ ନଂ ୪୪ର କର୍ପୋରେଟର ଅଜିତ ବେହେରା କହିଛନ୍ତି, ଆମେ ଗୋଟିଏ ପରିବାର । ସେହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି । ଆମ ପରିବାରର ଜଣଙ୍କୁ ଆକ୍ରମଣ ହୋଇଛି । ସେଥିପାଇଁ ଆମେ ଅଳିଆ ଉଠା ବନ୍ଦ କରିଛୁ । କାର୍ଯ୍ୟସ୍ଥଳୀରେ ମାଡ଼ ମରାଯିବ ଘଟଣାକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ, ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା ଓଏଏସ୍ ସଂଘ । ତେବେ ଆକ୍ସନ୍ ନେଇ ଓଏଏସ୍ ସଂଘକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶ୍ବସ୍ତ କରିବା ପରେ ସମୂହ ଛୁଟି ନିଷ୍ପତ୍ତିରୁ ଓହରିଛି ସଂଘ । ମୁଖ୍ୟମନ୍ତ୍ରୀ ରାତି ୧୧ଟାରେ ପ୍ରାୟ ଏକ ଘଣ୍ଟା ଧରି ସଂଘର ସଦସ୍ୟମାନଙ୍କୁ ଭେଟିଥିଲେ । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ସିପି ଏବଂ ଏଜି ଉପସ୍ଥିତ ଥିଲେ । ଘଟଣା ପଛରେ ଥିବା ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତି, ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।




