ଝାଡୁଦାର ନିଯୁକ୍ତି ଠକେଇ ମାମଲା,୧୮ ଗିରଫ
ସମ୍ବଲପୁର : ସମ୍ବଲପୁର ଜିଲାରେ ମିଛ ଝାଡୁଦାର ଠକେଇ ମାମଲା । ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସମ୍ବଲପୁର ସମେତ ୪ ଜିଲ୍ଲାରେ ଝାଡୁଦାର ନିଯୁକ୍ତି ନେଇ କୋଟି କୋଟି ତାଙ୍କ ଠକି ନେଇଥିଲେ ଦଲାଲ । ବୁଧବାର ୫ଜଣ ମହିଳା ସମେତ ୧୮ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସେମାନଙ୍କ ଠାରୁ ନଗଦ ୧୩ ଲକ୍ଷଟଙ୍କା ସହ ୮ଟି ମୋବାଇଲ ଫୋନ୍ ଓ ଅନେକ ଲୋକଙ୍କ ଆଧାର […]
ସମ୍ବଲପୁର : ସମ୍ବଲପୁର ଜିଲାରେ ମିଛ ଝାଡୁଦାର ଠକେଇ ମାମଲା । ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସମ୍ବଲପୁର ସମେତ ୪ ଜିଲ୍ଲାରେ ଝାଡୁଦାର ନିଯୁକ୍ତି ନେଇ କୋଟି କୋଟି ତାଙ୍କ ଠକି ନେଇଥିଲେ ଦଲାଲ । ବୁଧବାର ୫ଜଣ ମହିଳା ସମେତ ୧୮ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସେମାନଙ୍କ ଠାରୁ ନଗଦ ୧୩ ଲକ୍ଷଟଙ୍କା ସହ ୮ଟି ମୋବାଇଲ ଫୋନ୍ ଓ ଅନେକ ଲୋକଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଫଟୋ ଆଦି ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତ ସମ୍ବଲପୁର ସହର ତଥା ଆଖପାଖର ଅଧିବାସୀ।
ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାହୁଲ ରାୟ ଓ ପଦ୍ମାବତୀ ତାଣ୍ଡିଙ୍କ ସମେତ ୪ଜଣ ଗିରଫ ହୋଇଥିଲେ । ସେମାନଙ୍କ ନିକଟରୁ ୬୨ ଲକ୍ଷ ୧ ହଜାର ଟଙ୍କା ଜବତ କରାଯାଇଥିଲା । ଏମାନେ ମୁଖ୍ୟତଃ ସମ୍ବଲପୁର,ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାର ଲୋକମାନଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ରାହୁଲକୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବା ପରେ ପୁଲିସକୁ ଏହି ସଫଳତା ମିଳିଥିବା ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସାମ୍ବାଦିକମାନଙ୍କୁ କହିଛନ୍ତି। ତେବେ ଏହି ଘଟଣାରେ ସ୍ଵର୍ଣ୍ଣମୟୀ ପାଢ଼ୀ ନାମକ ଜଣେ ମହିଳା କୀଟନାଶକ ପି’ଆତ୍ମହତ୍ୟା କରିଛନ୍ତି ।




