୩ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ । ଆଜି ସକାଳ ୯ଟା ୫୦ରେ ଲୋକସେବା ଭବନରେ ରାଜ୍ୟପାଳ ଗଣେଶ ଲାଲ ଏହି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ […]
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ । ଆଜି ସକାଳ ୯ଟା ୫୦ରେ ଲୋକସେବା ଭବନରେ ରାଜ୍ୟପାଳ ଗଣେଶ ଲାଲ ଏହି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।
ଗତ ୧୨ ତାରିଖରେ ମନ୍ତ୍ରିମଣ୍ଡଳରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ସହିତ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ । କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଏହି ୩ ନୂଆ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟରେ ମୋଟ ୨୧ଜଣ ସଦସ୍ୟ ରହିଥିବାବେଳେ ସେଥିରେ ୧୫ଜଣ କ୍ୟାବିନେଟ୍ ପାହ୍ୟା ଓ ୬ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା(ସ୍ୱାଧୀନ) ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇଲେ ମୋଟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୨ରେ ପହଂଚିଛି ।
ସ୍ୱଳ୍ପ ଅବଧିର ଏହି ଶପଥ ଗ୍ରହଣ ସମାରୋହରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ସୁଶାନ୍ତ ସିଂ ଓ ତାଙ୍କ ଖାସ୍ ଅନୁଗତ ବର୍ଷା ସିଂ ବରିହାଙ୍କୁ ଆଜିର ଶପଥ ସମାରୋହରେ ଦେଖିବାକୁ ମିଳିନଥିବାବେଳେ ନବନିର୍ବାଚିତା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଉପସ୍ଥିତ ରହିଥିଲେ ।




