ଜାହାଜ ଭିତରେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ଜଗତସିଂହପୁର : ପାରାଦୀପ ବନ୍ଦରରେ ଅଘଟଣ I ବନ୍ଦର SQ ବର୍ଥରେ ଲାଗିଥିବା Ulusoy ନାମକ ଏକ ଆଇରନ ବୋଝେଇ ଜାହାଜ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି I ତାଙ୍କ ନାଁ ବିଭୁତି ବାରିକ ହୋଇଥିବାବେଳେ ସେ ବଡମ୍ବା ନରସିଂହପୁର ଅଞ୍ଚଳର ବୋଲି ସୂଚନା ମିଳିଛି I ସେ ଗତ ୨ ଦିନ ପୂର୍ବରୁ ରାତି ଡ଼ିଉଟିରେ ଯାଇଥିଲେ । ଏହି ଘଟଣାର ଖବର ପାଇଁ ସିଆଇଏସଏଫର ଅଗ୍ନିଶମ ବିଭାଗ ପୋର୍ଟ ଆମ୍ବୁଲାନ୍ସ ଗାଡି ଘଟଣା […]

Samaya Live Picture
Published On

ଜଗତସିଂହପୁର : ପାରାଦୀପ ବନ୍ଦରରେ ଅଘଟଣ I ବନ୍ଦର SQ ବର୍ଥରେ ଲାଗିଥିବା Ulusoy ନାମକ ଏକ ଆଇରନ ବୋଝେଇ ଜାହାଜ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି I ତାଙ୍କ ନାଁ ବିଭୁତି ବାରିକ ହୋଇଥିବାବେଳେ ସେ ବଡମ୍ବା ନରସିଂହପୁର ଅଞ୍ଚଳର ବୋଲି ସୂଚନା ମିଳିଛି I ସେ ଗତ ୨ ଦିନ ପୂର୍ବରୁ ରାତି ଡ଼ିଉଟିରେ ଯାଇଥିଲେ । ଏହି ଘଟଣାର ଖବର ପାଇଁ ସିଆଇଏସଏଫର ଅଗ୍ନିଶମ ବିଭାଗ ପୋର୍ଟ ଆମ୍ବୁଲାନ୍ସ ଗାଡି ଘଟଣା ସ୍ଥଳରେ ପହଞ୍ଚିଛନ୍ତି I

ବିଭୂତି ବାରିକ ଜାହାଜ ଭିତରକୁ ବର୍ଜ୍ୟ ସଫାକରିବାକୁ ଯାଇଥିଲେ I କିନ୍ତୁ ଆଜି ସକାଳୁ ୩୦ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଉଛି। ଜାହାଜରେ ଲାଗିଥିବା ଏସ୍କାଭେଟରରେ କାମ କରୁଥିବା ବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ଏବଂ ସେଠାରେ ଆଉ କିଏ କାର୍ଯ୍ୟରେ ଥିଲେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ମେରାଇନ ଥାନା ପୋଲିସ I ତେବେ ବିଭୁତିଙ୍କର ମୃତ୍ୟୁ କେମିତି ହେଲା ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି I

Tags: