ଓଏପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ
ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍) ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଉଛନ୍ତି ଗୌରୀ ପ୍ରସାଦ ତାଡିଙ୍ଗି। ସେ ଗତକାଲି ରାତ୍ରିରେ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହ ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା ମଝିରେ ଏକ କପା ବାଡ଼ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ଶେଷଖାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣରୁ ଗୌରୀଙ୍କ […]
ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍) ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଉଛନ୍ତି ଗୌରୀ ପ୍ରସାଦ ତାଡିଙ୍ଗି। ସେ ଗତକାଲି ରାତ୍ରିରେ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହ ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା ମଝିରେ ଏକ କପା ବାଡ଼ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ଶେଷଖାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣରୁ ଗୌରୀଙ୍କ ମୃତ୍ୟୁ ଘଟିଲା ତାଙ୍କ ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି।




