ବିହାରରେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ,ହତ୍ୟା ଅଭିଯୋଗ
ଢେଙ୍କାନାଳ : ଅଧାରେ ରହିଗଲା ଡାକ୍ତର ହେବାର ସ୍ବପ୍ନ । ବିହାର ପାଟନା ଏମ୍ସରେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଢେଙ୍କାନାଳର ଯାଦବେନ୍ଦ୍ର ସାହୁ। ସେ ପାଟନା ଏମ୍ସରେ ପିଜି କରୁଥିଲେ। ଶନିବାର ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପୁଅକୁ ମାରିଦିଆଯାଇଥିବା ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନାନୁସାରେ,ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବୈଦ୍ୟକାଟେଣୀ ଗ୍ରାମର ଯାଦବେନ୍ଦ୍ର ସାହୁ ବ୍ରହ୍ମପୁରର MKCG ମେଡିକାଲ କଲେଜରେ […]
ଢେଙ୍କାନାଳ : ଅଧାରେ ରହିଗଲା ଡାକ୍ତର ହେବାର ସ୍ବପ୍ନ । ବିହାର ପାଟନା ଏମ୍ସରେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଢେଙ୍କାନାଳର ଯାଦବେନ୍ଦ୍ର ସାହୁ। ସେ ପାଟନା ଏମ୍ସରେ ପିଜି କରୁଥିଲେ। ଶନିବାର ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପୁଅକୁ ମାରିଦିଆଯାଇଥିବା ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ସୂଚନାନୁସାରେ,ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବୈଦ୍ୟକାଟେଣୀ ଗ୍ରାମର ଯାଦବେନ୍ଦ୍ର ସାହୁ ବ୍ରହ୍ମପୁରର MKCG ମେଡିକାଲ କଲେଜରେ MBBS ପଢ଼ା ଶେଷ କରି ବିହାର ପାଟନାରେ ପିଜି କରୁଥିଲେ । ତେବେ ଗତକାଲି ସକାଳେ ପାଟନା ଏମ୍ସ କର୍ତ୍ତୃପକ୍ଷ ଯାଦବେନ୍ଦ୍ରଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇଥିଲେ । ଆଜି ସକାଳେ ସେଠାରେ ପହଞ୍ଚିଛନ୍ତି ମାଆ ଓ ପରିବାର ଅନ୍ୟ ସଦସ୍ୟ। ପୁଅର ମୃତଦେହ ଓଡ଼ିଆ ଆଣିବାକୁ ସେମାନେ ଚେଷ୍ଟା କରୁଛନ୍ତି। କିନ୍ତୁ କର୍ତ୍ତୃପକ୍ଷ କିଛି ସାହାଯ୍ୟ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି।
ସେପଟେ ପୁଅକୁ ରାଗିଂ କରି ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ମା’ସିତାରାଣୀ ସାହୁ । ରାଗିଂ କରାଯାଉଥିବା ନେଇ ଆଗରୁ ପୁଅ ଘରେ ଜଣାଇଥିଲେ । ଗତକାଲି ତାଙ୍କ ମୃତଦେହ ସନ୍ଦେହ ଜନକ ଭାବେ ମେଡିକାଲ ହଷ୍ଟେଲରୁ ଉଦ୍ଧାର କରାଯାଇଛି । ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେଠାରେ ତାଙ୍କୁ ନିଶା ଇଞ୍ଜେକସନ ଦେଇ ମାରି ଦିଆଯାଇଥିବାର ଅଭିଯୋଗ କରିଛନ୍ତି ମାଆ । କାରଣ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଘଟଣାଦିନ ସେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ତେବେ ସବୁ କିଛି ଠିକ ଥିବାବେଳେ ହଠାତ କେମିତି ପୁଅର ମୃତ୍ୟୁ ଘଟିଲା ବୋଲି ମା’ପ୍ରଶ୍ନ କରିଛନ୍ତି । କିନ୍ତୁ ମେଡିକାଲ୍ ପକ୍ଷରୁ ଏହା ଏକ ଆତ୍ମହତ୍ୟା ବୋଲି କହିଛନ୍ତି । ଦୀର୍ଘ ବର୍ଷ ହେବ ଯାଦବେନ୍ଦ୍ରଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଦୁଇ ପୁଅଙ୍କୁ ବହୁ କଷ୍ଟରେ ପାଠ ପଢ଼ାଇ ଆସୁଥିଲେ। ପୁଅର ମୃତ୍ୟୁ ପରେ ଗାଁରେ ଶୋକରେ ଛାୟା ଖେଳିଯାଇଛି।




