ଦାଦା-ପୁତୁରାଙ୍କ ସନ୍ଦେହ ଜନକ ମୃତ୍ୟୁ,ଖାଦ୍ୟ ବିଷାକ୍ତ ସନ୍ଦେହ

ଜଗତସିଂପୁର : ସନ୍ଦେହ ଜନକ ଭାବରେ ଦାଦା-ପୁତୁରାଙ୍କ ମୃତ୍ୟୁ । ରାତିରେ ଖାଦ୍ୟ ଖାଇ ଶୋଇଥିବାବେଳେ ବିଳମ୍ବିତ ରାତିରେ ଉଭୟଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ଏହା ଦେଖି ପରିବାର ଲୋକେ ସେମାନଙ୍କୁ ପ୍ରଥମେ ପାଟକୁରା ଏବଂ ପରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ଦୁଇ ଜଣ ବିଭୁତି ସାମଲ […]

Samaya Live Picture
Published On

ଜଗତସିଂପୁର : ସନ୍ଦେହ ଜନକ ଭାବରେ ଦାଦା-ପୁତୁରାଙ୍କ ମୃତ୍ୟୁ । ରାତିରେ ଖାଦ୍ୟ ଖାଇ ଶୋଇଥିବାବେଳେ ବିଳମ୍ବିତ ରାତିରେ ଉଭୟଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ଏହା ଦେଖି ପରିବାର ଲୋକେ ସେମାନଙ୍କୁ ପ୍ରଥମେ ପାଟକୁରା ଏବଂ ପରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ଦୁଇ ଜଣ ବିଭୁତି ସାମଲ ଏବଂ ଗୋପବନ୍ଧୁ ସାମଲ ବୋଲି ଜଣାପଡିଛି। ଉଭୟ ସମ୍ପର୍କରେ ଦାଦା ପୁତୁରା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗସିଂହପୁର ତିର୍ତ୍ତୋଲ ଅଞ୍ଚଳ ସିରସ୍ତା ଗାଁରେ । ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି ।

ପ୍ରାପ୍ତ ବିବରଣୀ ଅନୁସାରେ,ଏହା ବିଷାକ୍ତ ମଦ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଜଗତସିଂପୁର ଏସପି । ଘରେ ଛତୁ ଚାଷ ପାଇଁ ରଖାଯାଇଥିବା ସିଞ୍ଚନ ଔଷଧରୁ ଘଟିଥିବା ସୂଚନା ମିଳିଛି ।

Tags: