ସହକାରୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
କୋକସରା : କଳାହାଣ୍ଡି ଜିଲ୍ଲା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ Iମୁଖିଗୁଡାସ୍ଥିତ ସରକାରୀ ବାସ ଭବନରୁ ସହକାରୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜିଙ୍କର ମୃତଦେହ ଉଦ୍ଧାର କରାଯାଇଛି I ମୃତକ ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବାବେଳେ ତାଙ୍କଘର ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିରେ ବୋଲି ଜଣା ପଡିଛି I ସହକାରୀ ଯନ୍ତ୍ରୀ ରଞ୍ଜିତ କୁମାର କିଛି ବର୍ଷ ହେବ ତାଙ୍କ ସରକାରୀ […]
କୋକସରା : କଳାହାଣ୍ଡି ଜିଲ୍ଲା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ Iମୁଖିଗୁଡାସ୍ଥିତ ସରକାରୀ ବାସ ଭବନରୁ ସହକାରୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜିଙ୍କର ମୃତଦେହ ଉଦ୍ଧାର କରାଯାଇଛି I ମୃତକ ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବାବେଳେ ତାଙ୍କଘର ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିରେ ବୋଲି ଜଣା ପଡିଛି I
ସହକାରୀ ଯନ୍ତ୍ରୀ ରଞ୍ଜିତ କୁମାର କିଛି ବର୍ଷ ହେବ ତାଙ୍କ ସରକାରୀ ବାସଭବନରେ ଏକୁଟିଆ ରହୁଥିଲେ I ଗତକାଲି ସନ୍ଧ୍ୟାରେ ତାଙ୍କର କିଛି ବନ୍ଧୁ ଘରକୁ ଆସିଥିଲେ I ଆଜି ସକାଳୁ ରଞ୍ଜିତ ଅନେକ ସମୟ ଯାଏଁ ଘରୁ ପଦାକୁ ନବାହାରିବାରୁ ପଡୋଶୀଙ୍କର ସନ୍ଦେହ ହୋଇଥିଲା I ଏନେଇ ସେମାନେ ଜୟପାଟଣା ପୋଲିସକୁ ଖବର ଦେଇଥିଲେ I ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି। ଏଥିସହ ଜୟପାଟଣା ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।




