ଡାକ୍ତରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁ
ସୁନ୍ଦରଗଡ଼: ଡାକ୍ତରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ,ଆତ୍ମହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ । ଅତ୍ୟଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ସ୍ୱାମୀ । ମୃତକ ହେଉଛନ୍ତି ବଡ଼ଗାଁ ଥାନା ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡା । ଗତକାଲି ବିଳମ୍ବିତ ରାତିରେ ମାତ୍ରାଧିକ ନିଦ ବଟିକା ଖାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ […]
ସୁନ୍ଦରଗଡ଼: ଡାକ୍ତରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ,ଆତ୍ମହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ । ଅତ୍ୟଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ସ୍ୱାମୀ । ମୃତକ ହେଉଛନ୍ତି ବଡ଼ଗାଁ ଥାନା ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡା । ଗତକାଲି ବିଳମ୍ବିତ ରାତିରେ ମାତ୍ରାଧିକ ନିଦ ବଟିକା ଖାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଡାକ୍ତରାଣୀଙ୍କ ସ୍ବାମୀ ଦେବବ୍ରତ, ତାଙ୍କୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ରାତିରେ ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।




