ହେଲିକେପ୍ଟର ଅବତରଣକୁ ନେଇ ବଢ଼ିଲା ସନ୍ଦେହ
ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଏକ ଧଳା ରଙ୍ଗର ହେଲିକେପ୍ଟର ଅଚାନକ ଅବତରଣ କରିଛି I ତେବେ କୌଣସି ସୂଚନା ନଥାଇ ହେଲିକେପ୍ଟର ଅବତରଣକୁ ନେଇ ବଢିଛି ସନ୍ଦେହ I ନିର୍ବାଚନ ସମୟ ଥିବାରୁ ଏହି ହେଲିକେପ୍ଟରଟି କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନାହିଁ । ହେଲିକପ୍ଟରରେ ଏସିଇ ଏୟାର ସର୍ଭିସ୍ ଲେଖାଯାଇଛି। ହେଲିକେପ୍ଟର ଟିରେ ୫ ଜଣ ଲୋକଥିଲେ I ଏହାକୁ ନେଇ […]
ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଏକ ଧଳା ରଙ୍ଗର ହେଲିକେପ୍ଟର ଅଚାନକ ଅବତରଣ କରିଛି I ତେବେ କୌଣସି ସୂଚନା ନଥାଇ ହେଲିକେପ୍ଟର ଅବତରଣକୁ ନେଇ ବଢିଛି ସନ୍ଦେହ I ନିର୍ବାଚନ ସମୟ ଥିବାରୁ ଏହି ହେଲିକେପ୍ଟରଟି କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନାହିଁ । ହେଲିକପ୍ଟରରେ ଏସିଇ ଏୟାର ସର୍ଭିସ୍ ଲେଖାଯାଇଛି। ହେଲିକେପ୍ଟର ଟିରେ ୫ ଜଣ ଲୋକଥିଲେ I ଏହାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି I
ଅନ୍ୟପଟେ ହେଲିକପ୍ଟରରେ ତେଲ ସରି ଯାଇଥିବାରୁ ଏହା ଜରୁରୀ ଅବତରଣ କରିଥିବାର ସୂଚନା ମିଳିଥିଲା I ଏହାପରେ ହେଲିକେପ୍ଟରରେ ତେଲ ଆଣି ପକାଇବାରୁ ଏହା ପୁଣି ଗନ୍ତବ୍ୟ ସ୍ଥଳକୁ ଉଡାଣ ଭରିଥିବା ଜଣାପଡିଛି I ତେବେ ଯାଞ୍ଚ ପରେ ଜଣା ପଡିଥିଲା ଏହି ହେଲିକେପ୍ଟରଟି ବଡ଼ବିଲରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯାଉଥିଲା I ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଫ୍ଲାଇଙ୍ଗ ସ୍କ୍ୱାଡ଼ ମାଜିଷ୍ଟ୍ରେଟେ ଶିବରାଜ ସେଠୀ I




