ଉଧାର ପିତୃତ୍ୱଙ୍କୁ ମିଳିବ ଛୁଟି
ଭୁବନେଶ୍ୱର: ଉଧାର ବା ସରୋଗେସି ପିତୃତ୍ୱକୁ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଉଭୟ ଉଧାର ମାତୃତ୍ଵ ସହିତ ପିତୃତ୍ୱ ପାଇଁ ମଧ୍ୟ ମିଳିବ ଛୁଟି । ଉଧାର ପିତୃତ୍ୱ ପାଇଁ ୧୫ ଦିନ ପାଇଁ ସରକାରୀ କର୍ମଚାରୀଙ୍କୁ ଏହି ଛୁଟି ମିଳିବ । ସରୋଗେସୀ ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ରାଜ୍ୟ ଅର୍ଥ ବିଭାଗ ଆଜି ଏସଂକ୍ରାନ୍ତ […]
ଭୁବନେଶ୍ୱର: ଉଧାର ବା ସରୋଗେସି ପିତୃତ୍ୱକୁ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଉଭୟ ଉଧାର ମାତୃତ୍ଵ ସହିତ ପିତୃତ୍ୱ ପାଇଁ ମଧ୍ୟ ମିଳିବ ଛୁଟି । ଉଧାର ପିତୃତ୍ୱ ପାଇଁ ୧୫ ଦିନ ପାଇଁ ସରକାରୀ କର୍ମଚାରୀଙ୍କୁ ଏହି ଛୁଟି ମିଳିବ । ସରୋଗେସୀ ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ରାଜ୍ୟ ଅର୍ଥ ବିଭାଗ ଆଜି ଏସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛି ।
ଉଧାର ମାତୃତ୍ୱ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା। ଗୁରୁବାର ଗୃହ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ୍ ମାସରେ ଏହି ଛୁଟି ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପରେ ଉଧାର ମାତୃତ୍ୱ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ମିଳିଛି । ୨୦୧୧ ମସିହାରୁ ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ସୁବିଧା ମିଳୁଛି । ସରୋଗେସୀ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଆଜିଠୁ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।




