ଅଯୋଗ୍ୟ ରାସନକାର୍ଡ ଧାରୀ ସରେଣ୍ଡର କରନ୍ତୁ – ମନ୍ତ୍ରୀ
ଭୁବନେଶ୍ୱର: ବହୁ ବଡବଡିଆ ହାତେଇଛନ୍ତି ରାସନ କାର୍ଡ । e -kyc ଯାଞ୍ଚରୁ ଏହା ଜଣା ପଡିବା ପରେ ଶକ୍ତ ହୋଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଏଏସ ଅଫିସରଙ୍କ ଠାରୁ ଆରମ୍ଭ ଡାକ୍ତର,ଅଧ୍ୟାପକଙ୍କ ସହିତ ବହୁ ବଡବଡିଆଙ୍କ ପେଟକୁ ଯାଇଛି ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଉଦ୍ଦିଷ୍ଟ ରାସନ । ବର୍ତ୍ତମାନ ଏହି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିବେଦନ କରି […]
ଭୁବନେଶ୍ୱର: ବହୁ ବଡବଡିଆ ହାତେଇଛନ୍ତି ରାସନ କାର୍ଡ । e -kyc ଯାଞ୍ଚରୁ ଏହା ଜଣା ପଡିବା ପରେ ଶକ୍ତ ହୋଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଏଏସ ଅଫିସରଙ୍କ ଠାରୁ ଆରମ୍ଭ ଡାକ୍ତର,ଅଧ୍ୟାପକଙ୍କ ସହିତ ବହୁ ବଡବଡିଆଙ୍କ ପେଟକୁ ଯାଇଛି ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଉଦ୍ଦିଷ୍ଟ ରାସନ । ବର୍ତ୍ତମାନ ଏହି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିବେଦନ କରି କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀ ସରେଣ୍ଡର କରନ୍ତୁ। ଯଦି ସରେଣ୍ଡର ନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି।
ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି, ନିବେଦନ କରୁଛି ସରେଣ୍ଡର କରନ୍ତୁ। e -kyc ସରିବା ପୂର୍ବରୁ ସରେଣ୍ଡର କରନ୍ତୁ, ଏଥିପାଇଁ କୌଣସି ଡେଡଲାଇନ ନାହିଁ ।
ସୂଚନାନୁସାରେ,ସରକାର ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ପ୍ରତିମାସରେ ଅତ୍ୟାବଶ୍ୟକ ରାସନ ଯୋଗାଉଛନ୍ତି। ରାସନକାର୍ଡ ମାଧ୍ୟମରେ ଲୋକଙ୍କୁ ଚାଉଳ ଗହମ ବଣ୍ଟନ କରାଯାଇଥାଏ।




