ସୁରମା ପାଢ଼ୀ ବିଜେପି ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ତାଙ୍କର ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ କେତେକ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ସୂଚନାନୁସାରେ,ଆସନ୍ତା କାଲି […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ତାଙ୍କର ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ କେତେକ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।

ସୂଚନାନୁସାରେ,ଆସନ୍ତା କାଲି ବାଚସ୍ପତି ନିର୍ଵାଚନ ଥିବାବେଳେ ଆଜି ରଣପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ସୁରମା ପାଢ଼ୀଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବରେ ମନୋନୀତ କରିଛି ବିଜେପି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ୨୦୦୪ରୁ ୨୦୦୯ ଯାଏ ସେ ବିଧାୟିକା ଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ମଧ୍ୟ ଥିଲେ ।

Tags: