ସୁରମା ପାଢ଼ୀ ହେଲେ ବାଚସ୍ପତି
ଭୁବନେଶ୍ୱର : ସୁରମା ପାଢ଼ୀ ହେଲେ ଓଡିଶା ବିଧାନସଭା ବାଚସ୍ପତି I ବିଜେପିର ବରିଷ୍ଠ ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଭାବରେ ବିଧାନସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି I କାମଚଳା ବାଚସ୍ପତିଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି। ଗତକାଲି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ଦୀର୍ଘ ସମୟ ଧରି ବାଚସ୍ପତି ପ୍ରାର୍ଥୀ କାହାକୁ କରାଯିବ […]
ଭୁବନେଶ୍ୱର : ସୁରମା ପାଢ଼ୀ ହେଲେ ଓଡିଶା ବିଧାନସଭା ବାଚସ୍ପତି I ବିଜେପିର ବରିଷ୍ଠ ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଭାବରେ ବିଧାନସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି I କାମଚଳା ବାଚସ୍ପତିଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି।
ଗତକାଲି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ଦୀର୍ଘ ସମୟ ଧରି ବାଚସ୍ପତି ପ୍ରାର୍ଥୀ କାହାକୁ କରାଯିବ ସେନେଇ ମାନସ ମନ୍ଥନ ଚାଲିଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଛି । ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଏହା ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ସୁରମା ପାଢୀ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅନ୍ୟ କେହି ପ୍ରତିଦ୍ୱନ୍ଦୀ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନଥିବାରୁ ସୁରମା ପାଢ଼ୀ ଏକ ପ୍ରକାର ବାଚସ୍ପତି ହେବା ସୁନିଶ୍ଚିତ ହୋଇଥିଲା I




