ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଉ ସାଧାରଣତଃ ଖରା ଦିନେ ସହର କେଉ କି ଗାଁ ବିଦ୍ୟୁତ୍ କାଟ୍ ହେବା ସାଧାରଣ କଥା । ଆଉ ଅତ୍ୟଧିକ ଖରାର ପ୍ରକୋପରେ ବିଦ୍ୟୁତ୍ କାଟ୍ କାରଣରୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି ଲୋକେ । ତେବେ ବିଦ୍ୟୁତ୍ କାଟ୍‌ କୁ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ […]

Samaya Live Picture
Published On

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଉ ସାଧାରଣତଃ ଖରା ଦିନେ ସହର କେଉ କି ଗାଁ ବିଦ୍ୟୁତ୍ କାଟ୍ ହେବା ସାଧାରଣ କଥା । ଆଉ ଅତ୍ୟଧିକ ଖରାର ପ୍ରକୋପରେ ବିଦ୍ୟୁତ୍ କାଟ୍ କାରଣରୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି ଲୋକେ । ତେବେ ବିଦ୍ୟୁତ୍ କାଟ୍‌ କୁ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍‌ କରାଯିବ ନାହିଁ ।

ମଙ୍ଗଳବାର ଲୋକସେବା ଭବନରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦିନ ୧୧ଟାରୁ ଅପରାହ୍ନ ୫ଟା ଏବଂ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

Tags: