ଓଡିଶାକୁ ଆତଙ୍କୀ ଟାର୍ଗେଟ ନେଇ ପ୍ରଶ୍ନ କଲେ ସୁରେଶ ପୂଜାରୀ
ଭୁବନେଶ୍ୱର: ଓଡିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଅନ୍ୟତମ ସହଯୋଗୀ ଗୁଡ୍ଡୁ ମୁସଲିମର ଓଡିଶା ଲିଙ୍କ କୁ ନେଇ ଜୋର ଧରିଛି ଚର୍ଚ୍ଚା I ଗୁଡ୍ଡୁ ମୁସଲିମର ପୁରୀ ଓ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏଭଳି ଆଶଙ୍କା କରିଛି ବିଜେପି। ସାଂସଦ ସୁରେଶ ପୂଜାରୀ ଏକ ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଯେ, ଗତ ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା। ଅର୍ଥାତ […]
ଭୁବନେଶ୍ୱର: ଓଡିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଅନ୍ୟତମ ସହଯୋଗୀ ଗୁଡ୍ଡୁ ମୁସଲିମର ଓଡିଶା ଲିଙ୍କ କୁ ନେଇ ଜୋର ଧରିଛି ଚର୍ଚ୍ଚା I ଗୁଡ୍ଡୁ ମୁସଲିମର ପୁରୀ ଓ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏଭଳି ଆଶଙ୍କା କରିଛି ବିଜେପି। ସାଂସଦ ସୁରେଶ ପୂଜାରୀ ଏକ ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଯେ, ଗତ ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା। ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି, ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ରହିଛନ୍ତି।
ଏଭଳି ସ୍ଥିତିରେ ଗ୍ୟାଙ୍କଷ୍ଟର ଗୁଡ୍ଡୁ ମୁସଲିମ ପୁରୀ ଓ ବରଗଡ ଆସିଥିବା ଜଣାପଡିଛି । ଗୁଡ୍ଡୁର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାଁ ନାଁରେ ବହୁ ମାମଲା ମଧ୍ୟ ରହିଥିବା ଜଣାପଡିଛି । ଗୁଡ୍ଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସଂପର୍କ ଏବଂ କିଏ ରାଜାର ପୃଷ୍ଠପୋଷକ, ୧୨ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସଂପର୍କ କଣ ରହିଛି, ଗୁଡ୍ଡୁ ମୁସଲିମ ପୁରୀ ଆସିଥିଲା, ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ନାହିଁ ତ, ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ରହିଛି ।
ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆର୍ଷଣ କରିଛୁ,ରାଜ୍ୟ ସରକାର ରାଷ୍ଟ୍ରହୀତ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ ।




