ଯୋଗାଣ ସହାୟକ ଗିରଫ
ବଲାଙ୍ଗୀର : ରାସନ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ । ବନ୍ଧାହେଲା ଯୋଗାଣ ଅଧିକାରୀ । ଭିଡିଓ ଭାଇରାଲ ହେବା ପରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି । ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଯୋଗାଣ ସହାୟକ ଏବଂ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିଲେ । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ପୋଲିସ ବୁଦୁଲା ପଞ୍ଚାୟତର ଫେରାର […]
ବଲାଙ୍ଗୀର : ରାସନ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ । ବନ୍ଧାହେଲା ଯୋଗାଣ ଅଧିକାରୀ । ଭିଡିଓ ଭାଇରାଲ ହେବା ପରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି । ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଯୋଗାଣ ସହାୟକ ଏବଂ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିଲେ ।
ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ପୋଲିସ ବୁଦୁଲା ପଞ୍ଚାୟତର ଫେରାର ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଛତିଶଗଡ଼ରୁ ଗିରଫ କରିଛି ଓ ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସ୍ଡିପିଓ ପ୍ରଦୀପ କୁମାର ସାହୁ କରିଛନ୍ତି । ଏହି ଘଟଣାରେ ଯୋଗାଣ ସହାୟକଙ୍କ ସହଯୋଗୀ ଏବେ ବି ଫେରାର ରହିଛି।
ଘଟନାନୁସାରେ, ଗତ ଦେଢ଼ ବର୍ଷ ତଳେ ବଲାଙ୍ଗୀର ବୁଦୁଲାରେ ଚାଉଳ ଦେବା ବାହାନାରେ ଜଣେ ବିଧବା ମହିଳାଙ୍କୁ ରାସନ କେନ୍ଦ୍ରକୁ ଡାକି ଦୁଷ୍କର୍ମ କରିଥିଲେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ ଏବଂ ତାଙ୍କ ସହଯୋଗୀ । ଏହାପରେ ସେମାନେ ଦୁଷ୍କର୍ମର ଭିଡିଓ ମୋବାଇଲରେ କଏଦ କରି ପୀଡ଼ିତାଙ୍କୁ ବାରମ୍ବାର ବ୍ଲାକମେଲ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପୀଡିତା ୩୧ ତାରିଖରେ ପଞ୍ଚାୟତ ଅଫିସକୁ ଯାଇଥିଲେ । ସେଠାରେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୀଡ଼ିତା ଜଣକ ଗିରିଶଙ୍କୁ ଚପଲରେ ପିଟିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଭିଡିଓକୁ ଭାଇରାଲ କରିଦେଇଥିଲେ । ଏ ସମ୍ପର୍କରେ ପୀଡିତା ୪ ତାରିଖ ଦିନ ଆଗଲପୁର ଥାନାରେ ଲିଖିତ ଅଭଯୋଗ କରିଥିଲେ । ଏହି ଘଟଣାରେ ଯୋଗାଣ ନିରୀକ୍ଷକଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀ ।




