ଯୋଗାଣ ମନ୍ତ୍ରୀଙ୍କ ସିଂଘମ ଡାଇଲାଗ
ଭୁବନେଶ୍ୱର : ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଇଲାଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ସିଂଘମ ଫିଲ୍ମରେ ଏକ ଡାଇଲଗ ଥିଲା ‘ଅଗର ପୋଲିସ ଚାହେଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକତା’ । ସେହିଭଳି ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ […]
ଭୁବନେଶ୍ୱର : ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଇଲାଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ସିଂଘମ ଫିଲ୍ମରେ ଏକ ଡାଇଲଗ ଥିଲା ‘ଅଗର ପୋଲିସ ଚାହେଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକତା’ । ସେହିଭଳି ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ ହୋଗା । ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ବଚ୍ଛ କରିବି । ଏଣୁ ଧନ କିଣା ବେଳେ ସହାୟକ ମାନଙ୍କୁ ସ୍ହଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ଏହାସହ ମହାଭାରତରେ ଭୀଷ୍ମଙ୍କ ଶରଶଯ୍ୟା କାହାଣୀ ଶୁଣାଇ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ଶରଶଯ୍ୟାରେ ଭୀଷ୍ମ ଶ୍ରୀ କୃଷ୍ଣଙ୍କୁ ପଚାରିଲେ ମୋର ଏ ଦଶା କାହିଁକି ? କୃଷ୍ଣ ତାଙ୍କୁ କହିଥିଲେ ଆପଣ ଯଦିଓ କିଛି କରି ନଥିଲେ କିନ୍ତୁ ଦ୍ରୌପଦୀ ବସ୍ତ୍ର ହରଣ ବେଳେ ଆପଣ ଦେଖିଥିଲେ ସେଥିପାଇଁ ଶାସ୍ତି ଭୋଗୁଛନ୍ତି । ତେଣୁ ଅନ୍ୟାୟ କରୁଥିବା ଲୋକ ଏବଂ ଅନ୍ୟାୟକୁ ପ୍ରଶୟ ଦେଉଥିବା ଏବଂ ଦେଖିଥିବା ଲୋକ ଉପରେ ବି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।




